Latest Odisha News

ଉଚ୍ଛେଦ ନେଇ ତୁମୁଳ କାଣ୍ଡ

କେନ୍ଦୁଝର:ଉଚ୍ଛେଦ ନେଇ ଗାଁରେ ତୁମୁଳ କାଣ୍ଡ । ପୁଲିସ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କାନପୁର ଜଳସେଚନ ପ୍ରକଳ୍ପ ପାଇଁ ଉଚ୍ଛେଦ କରାଯାଉଛି । କେନ୍ଦୁଝର, ଯୋଡା, ଧୋବାକଚଡା ଆଦି ୩୧୪ ଘର ଉଚ୍ଛେଦ କରାଯିବାକୁ ଥିବା ବେଳେ ବିରୋଧ କରିଛନ୍ତି ଲୋକେ । ପୁଲିସ ଉପରକୁ ଢେଲାପଥର ମାଡ ହୋଇଥିବା ବେଳ ଲେକାଙ୍କ ଉପରେ ଲାଠି ଚାଳନା କରିଛି ପୁଲିସ । ଘଟଣା ସ୍ଥଳରେ ୧୪୪ ଧାରା ଜାରି ହୋଇଛି । ଶୃଙ୍ଖଳା ରଖିବାକୁ ୬ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି ।

BjdElectrycity

ଗାଁର ଲୋକଙ୍କୁ ବହୁତ ବୁଝଇବାପରେ ବି ଲୋକେ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ପୁଲିସ ବାଧ୍ୟ ହୋଇ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିଚାଳନା କରିଥିଲେ । ପୂର୍ବରୁ ଯେଉଁମାନେ ସମ୍ପୁର୍ଣ୍ଣ କ୍ଷତିପୂରଣ ପାଇସାରିଥିଲେ ସେ ସବୁସ୍ଥାନରେ ଉଚ୍ଛେଦ ହୋଇ ସାରିଛି । ୨୪୮ଘରକୁ ଜେସିବି ଲଗାଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ଏବେ ଏହି ଅଞ୍ଚଳ ଉଚ୍ଛଦ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ କିଛି ଲୋକ ଏଥିରେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୧୪୪ଧାରା ଜାରି କରାଯାଇ ସୁରକ୍ଷା ଉପରେ ବିଶେଷ ନଜର ରଖାଯାଇଛି ।

Leave A Reply

Your email address will not be published.