Latest Odisha News

BREAKING NEWS

ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ

ଟିଟିଲାଗଡ଼: ଅଶାନ୍ତ ହୋଇ ପଡିଛି ସଇଁତଲା । ଚାଲିଛି ବିକ୍ଷୋଭ ସାଙ୍ଗକୁ ନାରାବାଜି । ସଇଁତଲା ପୋଲିସ ବିରୋଧରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ଗତକାଲି ସଇଁତଲା ନବରାତ୍ରି ଦୁର୍ଗାପୂଜା ମଣ୍ଡପରେ ମାଆଙ୍କ ସଂଧ୍ୟା ଆଳତୀରେ ପୋଲିସ ପ୍ରଶାସନ ତଥା ସଇଁତଲା ତହସିଲଦାର ଶ୍ରଦ୍ଧାଳୁଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଥିଲା । ମହିଳା ମାନଙ୍କୁ ଠେଲା ପେଲା କରିବା ସହ ଆଳତି ବନ୍ଦ କରିବାକୁ ଧମକ ଦେବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  ।

ଶାସକ ଦଳ ସ୍ମାର୍ଟ କାର୍ଡ ବଣ୍ଟନରେ ହଜାର ହଜାର ଲୋକେ ଜମା ହେଉଥିବା ବେଳେ ବିନା ମାକ୍ସ, ବିନା ସାମାଜିକ ଦୂରତା ରହୁଛି   ।  ଆଉ ମାଙ୍କ ପୂଜା ମଣ୍ଡପରେ କରୋନା ନିୟମ ଅନୁଯାୟୀ ପୂଜା ଚାଲୁଥିବା ବେଳେ ହିନ୍ଦୁ ଧର୍ମ, ଭାବାବେଗ, ତଥା ରୀତିନୀତି ଉପରେ ଅଙ୍କୁଶ ଲଗାଇବାକୁ ନେଇ ଏବେ ଅଭାବନିୟ ପରିସ୍ଥିତି ।

ପୋଲିସ ତଥା ସଇଁତଲା ତହସିଲଦାର ବିରୋଧରେ ଆଜି ସଇଁତଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରି ରାଜ ରାସ୍ତାକୁ ଓଲ୍ଲାଇଛନ୍ତି । ସେପଟେ ସଇଁତଲା ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସଇଁତଲା ଥାନା ପରିସରରେ ଏକ ପ୍ଲାଟୁନ ଫୋର୍ସ ବଲାଙ୍ଗୀରରୁ ଆସି ରହିଛନ୍ତି ।

ଶାସକଦଳର କାର୍ଯ୍ୟକ୍ରମ ହେଉ ବା କୌଣସି ନେତା ମନ୍ତ୍ରୀ ପ୍ରଶାସନର କାର୍ଯ୍ୟକ୍ରମ ହେଉ । କରୋନା କଟକଣାର ଚି଼ହ୍ନବର୍ଣ୍ଣ ନଥିବା ବେଳେ ଲୋକଙ୍କ ଭକ୍ତି ଭାବାବେଗ ଉପରେ ପ୍ରଶାସନର ନାଳି ଆଖିକୁ ନେଇ ଏବେ ଚର୍ଚ୍ଚା  ।

 

Leave A Reply

Your email address will not be published.