ଝାରସୁଗୁଡ଼ା : ଝାରସୁଗୁଡ଼ା ବିସିପାଲି ଗାଁରେ ଠାବ ହୋଇଛି ଏକ ବିରଳ ପ୍ରଜାତିର ଶାଗୁଣା । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ ସକ୍ଷମ ନଥିଲା । ଜଙ୍ଗଲ ଅଧିକାରୀଙ୍କୁ ଖବର ଦେବା ପରେ ତାକୁ ଉଦ୍ଧାର କରି ଚିକିତ୍ସା କରାଯାଉଛି । ଝାରସୁଗୁଡ଼ା ଡିଭିଜନାଲ ଫରେଷ୍ଟ ଅଫିସର ଲଳିତ କୁମାର ପାତ୍ର କହିଛନ୍ତିଯେ ଶାଗୁଣାଟି ଅତି ବିରଳ । ଏମାନେ ସାଧାରଣତଃ ହିମାଳୟ କିମ୍ୱା ତିବ୍ଦତୀୟ ଅଞ୍ଚଳରେ ଦେଖାଯାଆନ୍ତି । ପକ୍ଷୀ ବିଶେଷଜ୍ଞ ଶାଗୁଣାର ପରୀକ୍ଷଣ କରିବା ସହିତ କିଛି ଔଷଧ ଦେଇଛନ୍ତି । ତାହାକୁ ଅବଜରଭେସନରେ ରଖାଯାଇଛି । ତେବେ ତାର ସୁସ୍ଥତା ନେଇ ଆଶାପୋଷଣ କରିଛନ୍ତି ବିଶେଷଜ୍ଞ ଓ ଜଙ୍ଗଲ ବିଭାଗ ଅଧିକାରୀ ।
BREAKING NEWS
- ଏଣିକି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ, କେଉଁ ଅନୁଷ୍ଠାନରେ ଲାଗୁ ହେବ ଦେଖନ୍ତୁ ତାଲିକା
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡି ଯିବା ଘଟଣା: ସର୍ଚ୍ଚ ଅପରେସନରେ ସାମିଲ ହେଲା ୨ଟି ଚାଇନା ଜାହାଜ
- ବଲିଉଡରେ ଶୋକର ଛାୟା: ଅଜୟ ଦେବଗନଙ୍କୁ ଷ୍ଟାର୍ ବନାଇଥିବା ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ
- ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ
- MMDR ସଂଶୋଧନ ବିଲ୍କୁ ନେଇ ରାଜନୀତି: ଶାସକ-ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ
- ଯୁଦ୍ଧ ଭିତରେ କାର୍ଟୁନ୍ ଓ ପପକର୍ଣ୍ଣ
- କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ
- ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଅନେକ ବରିଷ୍ଠ ଆଇଏଏସ୍ ଅଫିସର
- ଗଲୱାନ ସଂଘର୍ଷ ପରେ ପ୍ରଥମ ଗସ୍ତ: ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ବେଜିଂର ନୀରବତାକୁ ନେଇ ସସ୍ପେନ୍ସ
- ୨୭ରେ ଭଦ୍ରାକାଳ ଥିବାରୁ ବାନ୍ଧନ୍ତୁ ନାହିଁ ରାଖୀ: ଶ୍ରୀମନ୍ଦିର ନୀତିକାନ୍ତିକୁ ଦେଖି ୨୮ରେ ପାଳନ ପାଇଁ ଗବେଷକଙ୍କ ପରାମର୍ଶ

Comments are closed.