Latest Odisha News

BREAKING NEWS

ରାସ୍ତା ନିର୍ମାଣରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ଧାରଣା

କାମାକ୍ଷାନଗର:  ଗାଁ କୁ ଭଲ କଂକ୍ରିଟ ରାସ୍ତା ଖଣ୍ଡିଆ ନାହିଁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ଯୌତୁକପଶି ଗାଁରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି । ଗାଁରେ କଂକ୍ରିଟ ରାସ୍ତା ଉପରେ ମାଟି ବିଛାଇ ଅନ୍ୟ ଏକ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଗାଁରେ ଭଲ କରି ରାସ୍ତା ଖଣ୍ଡିଏ ନାହିଁ । କାଦୁଅ ଓ କଚ୍ଚା ରାସ୍ତାରେ ଲୋକମାନେ ନିତି ଦିନିଆ ଯାତାୟାତ କରିଥାନ୍ତି ।

ଏଥିପାଇଁ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ମାତ୍ର ଗାଁକୁ ଆସିଥିବା କଂକ୍ରିଟ ରାସ୍ତାଟି ଗାଁର କିଛି ଅସାଧୁ ଠିକାଦାର ଅସମ୍ପୂର୍ଣ୍ଣ ପଡି ରହିଥିବା କାଦୁଅ ରାସ୍ତା କିମ୍ବା କଚ୍ଚା ରାସ୍ତା ଉପରେ ନିର୍ମାଣ କରିବା ପରିବର୍ତ୍ତେ ପୂର୍ବରୁ ତିଆରି ହୋଇଥିବା କଂକ୍ରିଟ ରାସ୍ତା ଉପରେ ରାସ୍ତା ନିର୍ମାଣ କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଛନ୍ତି । ଏ ନେଇ ତୁରନ୍ତ ବ୍ଲକ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.