Latest Odisha News

ବିଦ୍ୟୁତ ବିତରକ ସଂସ୍ଥାର ଦାଦାଗିରିକୁ ନେଇ ଥାନାକୁ ଘେରିବା ସହ ମାଣବସାଇ ପ୍ରତିବାଦ କଲେ ଗ୍ରାମବାସୀ

ପାରାଦୀପ : ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି ସାଙ୍ଗକୁ ପୋଲିସର ଦମନ ଲୀଳା ବିରୋଧରେ ତାତିଲେ ଗ୍ରାମବାସୀ। ଏନେଇ ଶହ ଶହ ମହିଳା ଓ ପୁରୁଷ କୁଜଙ୍ଗ ଥାନା ଘେରଉ କରିବା ସହ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ ବୁଧବାର ଦିନ ମଧ୍ୟାହ୍ନରେ ବିଦ୍ୟୁତ ବିତରକ ସଂସ୍ଥାର କର୍ମଚାରୀମାନେ ଫତେପୁର ଗାଁର ପ୍ରଶାନ୍ତ ମଲ୍ଲୀକଙ୍କ ଘରେ ପଶି ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର କରୁଥିବା ବେଳେ।

ଏହି ସମୟରେ ସେଠାରେ ଗାଁ ଲୋକମାବେ ପହଁଞ୍ଚି ପ୍ରତିବାଦ କରିଥିଲେ। ଏନେଇ ପ୍ରଶାନ୍ତ ଓ ବିଦ୍ୟୁତ ବିଦ୍ୟୁତ ବିତରକ ସଂସ୍ଥାର କର୍ମଚାରୀମାନେ କୁଜଙ୍କ ଥାନାରେ ଏତଲା ଦେଇଥିଲେ। ଉଭୟଙ୍କ ମଧ୍ୟରେ ଶୁକ୍ରବାର ବସି ଆଲୋଚନା କରିବା ପାଇଁ ଥାନାରେ ସ୍ଥିର କରାଯାଇଥିଲା। ପୋଲିସ ଉକ୍ତ ଘଟଣାକୁ ନେଇ ପ୍ରଶାନ୍ତ ସାହୁ ଓ ଶୁଶାନ୍ତ ସାହୁଙ୍କୁ ଧରି ଆଣି ଥାନାରେ ଅଟକ ରଖିଛି ପୋଲିସ।

ଯାହାକୁ ବିରୋଧ କରିବା ସହିତ ଭଉଭଙ୍କୁ ଛାଡିବା ଦାବିରେ ଫତେପୁର ଗାଁର ଶତାଧିକ ମହିଳା ଓ ପୁରୁଷ କୁଜଙ୍ଗ ଥାନା ଘେରଉ କରିବା ସହ ଧାରଣା ଦେଇଛନ୍ତି। ଯଦି ଗ୍ରାମର ଯୁବକଙ୍କୁ ନ ଛାଡିବେ ତେବେ ବିଦ୍ୟୁତ ବିତରକ ସଂସ୍ଥାର କର୍ମଚାରୀଙ୍କୁ ଗିରଫ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏନେଇ ତିର୍ତୋଲ ଏସଡିପିଓଙ୍କ ସହ ଆଲୋଚନା କରାଯାଇଥିଲା । ହେଲେ ଆଲୋଚନାରେ ବିଫଳ ହେବାରୁ ମାଣବସାଇ ପ୍ରତିବାଦ କଲେ ଗ୍ରାମବାସୀ

Comments are closed.