Latest Odisha News

BREAKING NEWS

ଖୁବ୍ ଶୀଘ୍ର ବୁର୍ଲା ଭିମସାର ଓ ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ କୋଭିଡ୧୯ ନମୁନା ପରୀକ୍ଷା

ଭୁବନେଶ୍ୱର : କୋଭିଡ୧୯ ନମୁନା ପରୀକ୍ଷଣ ପାଇଁ ବୁର୍ଲା ଭିମ୍‌ସାର ଓ ରାଉରକେଲା ଆଇଜିଏଚ୍‌କୁ ମିଳିଲା ଅନୁମତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ପକ୍ଷରୁ କିଣାଯାଇଥିବା ଟେଷ୍ଟିଂ କିଟ୍ ରାଜ୍ୟରେ ଅଧିକରୁ ଅଧିକ ନମୁନା ପରୀକ୍ଷାରେ ସହାୟକ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି ।

ଭୁବନେଶ୍ୱରର ଆରଏମ୍‌ଆରସିରେ କୋଭିଡ ୧୯ ପରୀକ୍ଷଣ ପାଇଁ ଅତ୍ୟାଧୁନିକ କୋବାସ ମେସିନ କାର୍ଯ୍ୟକ୍ଷମ କରାଯାଇଛି । ଯାହା ଦ୍ୱାରା ପ୍ରତିଦିନ ସଠୋରେ ଏକ ହଜାର ନମୁନା ପରୀକ୍ଷା କରାଯାଇପାରିବ ।
ବର୍ତ୍ତମାନ ଭୁବନେଶ୍ୱରର ଆରଏମ୍‌ଆରସି, ଏମ୍ସ ଓ କଟକର ଏସସିବି ମେଡିକାଲ କଲେଜରେ ଏହି ପରୀକ୍ଷା କରାଯାଉଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ ଓ ବ୍ରହ୍ମପୁର ଏମ୍‌କେସିଜିକୁ ପରୀକ୍ଷା ପାଇଁ ଅନୁମତି ମିଳିଛି ।

Leave A Reply

Your email address will not be published.