Latest Odisha News

BREAKING NEWS

ଭୀମସାରର ଡାକ୍ତର ସଞ୍ଜିବ ମିଶ୍ରଙ୍କୁ ମିଳିଲା ସମ୍ମାଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର:ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର) ବୁର୍ଲାର କମ୍ୟୁନିଟି ମେଡିସିନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡା ସଞ୍ଜୀବ ମିଶ୍ରଙ୍କୁ ସମ୍ମାନଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ଶିକ୍ଷା, ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଅବଦାନ ତଥା ୨୦୨୩-୨୪ରେ ଶିକ୍ଷାଦାନରେ  ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ  ଦେଶର ପାଞ୍ଚଜଣ ଡାକ୍ତରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ୫ ଜଣଙ୍କ ମଧ୍ୟରେ ରହିଛନ୍ତି ଭୀମସାରର  ଡାକ୍ତର ସଞ୍ଜୀବ ମିଶ୍ର ।  ଶନିବାର ସନ୍ଧ୍ୟାରେ  ନୂଆଦିଲ୍ଲୀର ଆଇଏମଏ ମୁଖ୍ୟାଳୟରେ ଆୟୋଜତ ଉତ୍ସବରେ ଡା ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।

“ଏହି ସମ୍ମାନ ମୋତେ ଶିକ୍ଷା ଗବେଷଣା ଏବଂ ତାଲିମ କ୍ଷେତ୍ରରେ ଅଧିକ କିଛି କରିବା ପାଇଁ ପ୍ରେରଣା ଯୋଗାଇବ | ରୋଗର କାରଣ ଏବଂ ପ୍ରତିରୋଧ ବିଷୟରେ ଗବେଷଣାର ଜରୁରୀ ଆବଶ୍ୟକତା ରହିଛି  ବୋଲି  ପୁରସ୍କାର ପାଇବା ପରେ କହିଛନ୍ତି  ଡା. ମିଶ୍ର ।

ଡା ମିଶ୍ର ଭୀମସାର ବୁର୍ଲାରୁ  ଏମବିବିଏସ ଏବଂ କମ୍ୟୁନିଟି ମେଡିସିନରେ ଏମଡି  କରିଚନ୍ତି । ଏଥିସହିତ ସେ କମ୍ୟୁନିଟି ମେଣ୍ଟାଲ ହେଲଥରେ ରାଞ୍ଚି ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ସାଇକାଟ୍ରିରେ ଡିପ୍ଲୋମା କରିଛନ୍ତି ।

ତମାଖୁ ଏବଂ ମଦ୍ୟପାନର ଶିକାର ହୋଇଥିବା ମହିଳାମାନଙ୍କ ମଧ୍ୟରେ ମୃତ୍ୟୁବରଣର ସମ୍ଭାବନା ପୁରୁଷଙ୍କ ତୁଳନାରେ 5.8 ଗୁଣ ଅଧିକ- ଏମିତି ଏକ ଗବେଷଣା ସହିତ ମଧ୍ୟ ସେ ଜଡ଼ିତ ଅଛନ୍ତି  ।

Leave A Reply

Your email address will not be published.