Latest Odisha News

ବିଶ୍ୱ କ୍ରିକେଟର ଏହି ମହାନ ଖେଳାଳି ଦିନିକିଆ ବିଶ୍ୱବିଜୟୀ ଟିମର ଅଂଶବିଶେଷ  ହୋଇପାରି ନାହାନ୍ତି

ଅହମ୍ମଦାବାଦ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି । ଏଥିସହ କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମା ବିଶ୍ୱବିଜେତା ଟିମର ଅଂଶବିଶେଷ ସୌଭାଗ୍ୟ ଅର୍ଜନ କରିବା ହାତଛଡା ହୋଇଛି । ୨୦୧୧ ବିଶ୍ୱକପ ଜିତିଥିବା ଦଳରେ ରୋହିତ ସ୍ଥାନ ପାଇ ନ ଥିଲେ । ବିଶ୍ୱ କ୍ରିକେଟରେ ଏବେ ପ୍ରଦର୍ଶନ ମାଧ୍ୟମରେ ଚର୍ଚ୍ଚିତ ହୋଇଥିବା ରୋହିତଙ୍କ ନିକଟରେ ଏଥର ସୁବର୍ଣ୍ଣ ସୁଯୋଗ ଥିଲା । ସେ ନିଶ୍ଚିତ ଭାବେ ଏ ନେଇ ନିରାଶ ହୋଇ ପଡିଛନ୍ତି । ପରିଣତ ବୟସରେ ସେ ପରବର୍ତୀ ବିଶ୍ୱକପ ଖେଳିବା ନେଇ ସନ୍ଦେହ ବି ରହିଛି । ବିଶ୍ୱ କ୍ରିକେଟର ଅନ୍ୟ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଏବି ଡିଭିଲିର୍ସ ଏହି ଅଭାଗ୍ୟଶାଳୀଙ୍କ ତାଲିକାରେ ରହିଛନ୍ତି । ଦିନିକିଆ, ଟେଷ୍ଟ ଏବଂ ଟି୨୦ରେ ସେ ଅନେକ ବିଶ୍ୱ ରେକର୍ଡ କରିଥିଲେ ମଧ୍ୟ ବିଶ୍ୱକପ ବିଜୟୀ ଦଳରେ ରହିପାରି ନାହାନ୍ତି । ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ମ୍ୟାକକୁଲାମ ନିଜ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ପଂହଚାଇଥିଲେ ।

ମାତ୍ର ୨୦୧୫ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଅଷ୍ଟ୍ରେଲିଆ ହାରି ଯାଇଥିଲା । ୧୯୯୯ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ ହୋଇଥିଲେ ମଧ୍ୟ ଭାରତ ବିଶ୍ୱକପ ଜିତିପାରି ନ ଥିଲା । ଶ୍ରୀଲଙ୍କାର ପୂର୍ବ ଅଧିନାୟକ କୁମାର ସଙ୍ଗକାରା ୨୦୦୭ ଓ ୨୦୧୧ ଫାଇନାଲରେ ପ୍ରବେଶ କରିଥିବା ଟିମର ସଦସ୍ୟ ଥିଲେ । ମାତ୍ର ଶ୍ରୀଲଙ୍କା ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା । ୨୦୧୫ରେ ବିଶ୍ୱକପରେ ସେ ବିଶ୍ୱକପରେ କ୍ରମାଗତ ୪ଟି ଶତକ ମାରିଥିଲେ । ଅନ୍ୟ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଆଲାନ ଡୋନାଲ୍ଡ, କର୍ଟଲୀ ଆମ୍ବ୍ରୋଶ, କଟନୀ ୱାଲଶ, ଇଆନ ବୋଥାମ, ମାର୍ଟିନ କ୍ରୋ, ଜାହୀର ଆବାସ, ଗ୍ରାହାମ ଗୁଚ, ୱାକର ୟୁନୁସ, ସୌରଭ ଗାଙ୍ଗୁଲି, ବ୍ରାଏନ ଲାରା, ଜ୍ୟାକ୍ସ କାଲିସ, ଲାନ୍ସ କ୍ଲୁଜନର ଓ ଶାହୀଦ ଆଫ୍ରିଦୀ ମଧ୍ୟ ବିଶ୍ୱବିଜୟୀ ଟିମରେ ସ୍ଥାନ ପାଇ ପାରି ନାହାନ୍ତି ।

Leave A Reply

Your email address will not be published.