Latest Odisha News

BREAKING NEWS

ବିବାହର ୭ ବର୍ଷ ପରେ ମାଆ ହେବେ ଏହି ଷ୍ଟାର ରେସଲର

ଦୁବାଇ: ବିବାହର ୭ ବର୍ଷ ପରେ ଭାରତର ଷ୍ଟାର ମହିଳା ରେସଲର ମାଆ ହେବାକୁ ଯାଉଛନ୍ତି । ତାଙ୍କ ପତି ସୋମବୀର ରାଠୀ ଏହି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମହାନ ରେସଲର ତଥା ଜୁଲାନାର କଂଗ୍ରେସ ବିଧାୟିକା ଭିନେଶ ଫୋଗଟ ୨୦୧୮ରେ ସାଥୀ ରେସଲର ସୋମବୀର ରାଠୀଙ୍କୁ ବିବାହ କରିଥିଲେ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପରେ ଭିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ । ସେ ପ୍ରଭାବୀ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଓଜନ ଅଧିକ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏଥିରେ ଭାଙ୍ଗିପଡି ସେ ଅବସର ନେଇଥିଲେ । ଏହା ପରେ ସେ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ ।

ସୋମବୀରଙ୍କ ବାପା ରାଜପାଲ ରାଠୀ ମଧ୍ୟ ଏହି ଖୁସି ଖବର ଉପରେ ମୋହର ମାରିଛନ୍ତି । ୧୯୯୪ରେ ହରିୟାଣାର ଚରଖୀ ଦାଦରୀରେ ଭିନେଶ ଜନ୍ମଗ୍ରହଣ କରିଥିଲେ । ସେ ଏ ଭଳି ଏକ ପରିବାରରୁ ଆସିଥିଲେ ଯାହାର ରକ୍ତରେ କୁସ୍ତି ରହିଥିଲା । ୨୦୧୪, ୨୦୧୯ ଓ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୯ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଓ ୨୦୧୪ରେ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୯ ଓ ୨୦୨୨ ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ମଧ୍ୟ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୪ରେ ତାଙ୍କୁ ଅର୍ଜୁନ ପୁରସ୍କାର ଓ ୨୦୨୨ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Comments are closed.