Latest Odisha News

ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ବୋଟ୍

ପାରାଦୀପ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୦ରୁ ଅଧିକ ବୋଟ୍ । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ବୋଟ୍ ଗୁଡିକ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନା ମୁତାବକ, କୌଣସି କାରଣରୁ ପ୍ରଥମେ ଗୋଟିଏ ବୋଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହାପରେ ଲଗାଲଗି ହୋଇ ଥିବାରୁ ଧିରେ ଧିରେ ଅନ୍ୟ ବୋଟରେ ନିଆଁ ଧରିଥିଲା । ବୋଟରେ ଡିଜେଲ ଥିବାରୁ ନିଆଁ ତୀବ୍ର ବେଗରେ ପାଖରେ ଥିବା ବୋଟରେ ଲାଗିଯାଇଥିଲା ।

ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ନିଆଁ କିଭଳି ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.