Latest Odisha News

BREAKING NEWS

ନିରାଶ କଲେ ଭିନେଶ, ଏବେ ରେପେଚେଜ ରାଉଣ୍ଡ ଆଶାରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ ୫୩ କେଜି ଫ୍ରି ଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବେଲାରୁଷର ଭାନେସା କାଲାଜିନ୍ସକାୟାଙ୍କଠାରୁ ୯-୩ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ଭାନେସା ପ୍ରଥମ ରାଉଣ୍ଡରୁ ହିଁ ଭିନେଶଙ୍କ ଉପରେ ଭାରି ପଡିଥିଲେ । ପ୍ରଥମ ରାଉଣ୍ଡରେ ଭାନେସା ମଜବୁତ ଡିଫେନ୍ସ କରି ୩-୧ରେ ଆଗୁଆ ରହିଥିଲେ ।

ଦ୍ୱିତୀୟ ରାଉଣ୍ଡରେ ଭିନେଶ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମ୍ୟାଚକୁ ପ୍ରତ୍ୟାବର୍ତନ ପାଇଁ ସୁଯୋଗ ଦେଇ ନ ଥିଲେ । ଏହାସହ ମୁକାବିଲାକୁ ୯-୩ରେ ଜିତି ଭାନେସା ସେମିଫାଇନାଲରେ ସ୍ଥାନ ପକା କରିଥିଲେ ।  ଯଦି ଭାନେସା ଫାଇନାଲକୁ ଉନ୍ନୀତ ହୁଅନ୍ତି ତାହାହେଲେ ବ୍ରୋଞ୍ଜ ପଦକ ମୁକାବିଲା ପାଇଁ ଭିନେଶଙ୍କୁ ସୁଯୋଗ ମିଳିପାରେ ।

Leave A Reply

Your email address will not be published.