Latest Odisha News

BREAKING NEWS

କୋଭାକ୍ସିନ୍‌କୁ ମିଳିଲା ଜିଏମ୍‌ପି ପ୍ରମାଣପତ୍ର; ହଙ୍ଗେରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ୍‌କୁ ହଙ୍ଗେରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଗୁଡ୍‌ ମାନୁଫାକ୍ଟରିଙ୍ଗ୍‌ ସର୍ଟିଫିକେଟ୍‌ (ଜିଏମ୍‌ପି) ପ୍ରଦାନ କରାଯାଇଛି।

ହଙ୍ଗେରୀରୁ କୋଭାକ୍ସିନ୍‌କୁ ଜିଏମ୍‌ପି ପ୍ରମାଣପତ୍ର ମିଳିଥିବାରୁ ଏହା ଦେଶ ପାଇଁ ଭଲ ସଙ୍କେତ ବୋଲି କୁହାଯାଉଛି। ଏହା ୟୁରୋପୀୟ ନିୟାମକରୁ ଭାରତ ବାୟୋଟେକ୍ ଦ୍ବାରା ପ୍ରାପ୍ତ ପ୍ରଥମ EUDRAGDMP ପ୍ରମାଣପତ୍ର।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସି ଏବଂ ନ୍ୟୁଟ୍ରିସନ୍‌ ହଙ୍ଗେରୀରୁ କୋଭାକ୍ସିନ୍ ଉତ୍ପାଦନ ପାଇଁ ଜିଏମ୍‌ପି ପ୍ରମାଣପତ୍ରରୁ ଏହି ଅନୁମୋଦନ ଗ୍ରହଣ କରାଯାଇଥିଲା।

ଏହି ସଫଳତା ସହିତ ‌ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଜିଏମ୍‌ପିର ସାର୍ଟିଫିକେଟ୍ ବର୍ତ୍ତମାନ EudraGMDP ଡାଟାବେସରେ ତାଲିକାଭୁକ୍ତ ହୋଇଛି।

Leave A Reply

Your email address will not be published.