Latest Odisha News

BREAKING NEWS

ଅଯୋଗ୍ୟ ଘୋଷିତ ହେଲେ ଭିନେଶ ଫୋଗଟ, ପଦକ ହାସଲ ଆଶା ବି ଗଲା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତକୁ ଶକ୍ତ ଧକ୍କା ଲାଗିଛି । ୫୦ କିଗ୍ରା ମହିଳା ରେସଲିଂରେ ଫାଇନାଲରେ ପ୍ରବେଶ କରି ନିଶ୍ଚିତ ପଦକ ସୃଷ୍ଟି କରିଥିଲେ । ତେବେ ଫାଇନାଲ ପୂର୍ବରୁ ତାଙ୍କ ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବାରୁ ଅଲିମ୍ପିକ କମିଟି ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି । ଫଳରେ ସେ ପଦକ ହାସଲରୁ ବି ବଂଚିିତ ହୋଇଛନ୍ତି । ନିର୍ଦ୍ଧାରିତ ଓଜନଠାରୁ ସେ ୧୦୦ଗ୍ରାମ ଅଧିକ ଥିଲେ । ଫଳରେ ସେ ଆଉ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ । ଏବେ ସେ ଏଥିପାଇଁ ଆବେଦନ କରିବା ଅଧିକାର ମଧ୍ୟ ହରାଇଛନ୍ତି ।

ମଙ୍ଗଳବାର ୩ଟି ମୁକାବିଲା ଜିତି ଭିନେଶ ଫାଇନାଲରେ ପ୍ରବେଶ କରି ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ସ୍ୱର୍ଣ୍ଣ ଆଶା ସଂଚାର କରିଥିଲେ । ସେମିଫାଇନାଲରେ ସେ କ୍ୟୁବାର ଗୁଜମାନ ଲୋପେଜିଙ୍କୁ ୫-୦ରେ ପରାସ୍ତ କରିଥିଲେ । ଏହା ପୂର୍ବରୁ ଅପରାଜେୟ ବିବେଚନା କରାଯାଉଥିବା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାପାନର ୟୁଇ ସୁସାକୀଙ୍କୁ ପରାସ୍ତ କରିଥିଲେ । ଏଥିସହ ତାଙ୍କର ଅଲିମ୍ପିକ୍ସ ପଦକ ହାସଲ ଆଶା ମଧ୍ୟ ମଉଳିଯାଇଛି ।

Comments are closed.