Latest Odisha News

ରେସଲିଂରେ ସ୍ୱର୍ଣ୍ଣ ଜିତିବା ପରେ ଭିନେଶଙ୍କୁ ସମର୍ଥନ କଲେ ହିଗୁଚି ରେଇ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ କୁସ୍ତିରେ ଗତ ଥର ଭଳି ସଫଳତା ମିଳିନି । ଟୋକିଓ ଗେମ୍ସରେ ରବି ଦାହିୟା(ରୌପ୍ୟ), ବଜରଙ୍ଗ ପୁନିଆ (ବ୍ରୋଞ୍ଜ) ପଦକ ହାସଲ କରିଥିଲେ । ଏଥର ଏ ପର୍ଯ୍ୟନ୍ତ କେବଳ ଅମନ ସହରାୱତ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିବା ବେଳେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଭିନେଶ ବିଶ୍ୱ ଚାମ୍ପିୟନ ହିଗୁଚିଙ୍କୁ ପରାସ୍ତ କରିଥିଲେ । ହିଗୁଚି ଏହା ପୂର୍ବରୁ ୮୨ଟି ମ୍ୟାଚରେ ପରାଜିତ ହୋଇ ନ ଥିଲେ । ଭିନେଶ ଅଯୋଗ୍ୟ ଘୋଷିତ ହେବା ପରେ ସେ ଏବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସ୍ୱର୍ଣ୍ଣ ଜିତିବା ପରେ ହିଗୁଚି କହିଛନ୍ତି ମୁଁ ଭିନେଶଙ୍କ ଦୁଃଖ ବୁଝି ପାରୁଛି । ୫୦ ଗ୍ରାମ ଓଜନର କଥା । ତୁମେ ଏଥିଦେଇ ମନଦୁଃଖ କରନି । ଜୀବନ ତା ବାଟେ ଚାଲିବ । ଅସଫଳତାରୁ ବାହାରି ସଫଳତା ହାସଲ କରିବାର ମଜା ଅଲଗା ପ୍ରକାରର ବୋଲି ସେ କହିଥିଲେ । ୨୦୧୬ ରିଓ ଗେମ୍ସରେ ରୌପ୍ୟ ପଦକ ଜିତିବା ପରେ ହିଗୁଚି ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲେ । ଏବେ ସେ ସ୍ୱର୍ଣ୍ଣ ଜିତି ସ୍ୱପ୍ନ ସାକାର କରିଛନ୍ତି ବୋଲି କହିଛନ୍ତି ।

Comments are closed.