Latest Odisha News

BREAKING NEWS

ଏସିଆନ ଗେମ୍ସରୁ ଓହରିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ ରେସଲର ଭିନେଶ ଫୋଗଟ ଆଗାମୀ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ଖେଳାଳି ଅନ୍ତିମ ପଙ୍ଘଲଙ୍କୁ ଦଳରେ ସାମିଲ କରାଯାଇଛି । ଟ୍ରେନିଂ ସମୟରେ ୧୩ ଅଗଷ୍ଟ ଦିନ ଭିନେଶ ଆଘାତପ୍ରାପ୍ତ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅପେରଶନ ହେବ । ୧୭ ଅଗଷ୍ଟରେ ଭିନେଶ ମୁମ୍ବାଇରେ ସର୍ଜରୀ କରାଇାବେ । ଚୀନରେ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଏସିଆନ ଗେମ୍ସ ଆୟୋଜିତ ହେବ ।

ଅଲିମ୍ପିକ ଆସୋସିଏଶନ ଦ୍ୱାରା ଗଠିତ ଆଡହକ କମିଟି ମହିଳା ୫୩ କିଗ୍ରା ବିଭାଗରେ ଭିନେଶଙ୍କୁ ପୁରୁଷ ୬୫ କିଗ୍ରାରେ ବଜରଙ୍ଗ ପୁନିଆଙ୍କୁ ବିନା ଟ୍ରାଏଲରେ ଏସିଆନ ଗେମ୍ସ ପାଇଁ ଚୟନ କରାଯାଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ତିମ ଓ ସୁଜିତ କଲକଲ ଏଥିନେଇ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ । ଟ୍ରାଏଲରେ ଅନ୍ତିିମ ଶୀର୍ଷରେ ରହିଥିଲେ ।

Leave A Reply

Your email address will not be published.