Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ଅଘଟଣ: ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା : ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ସ୍କୁଲବସ । ନିୟନ୍ତ୍ରଣ ହରାଇ ଓଲଟି ପଡିଲା  ।  ୧୨ ଛାତ୍ରଛାତ୍ରୀ ଆହତ ।  ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ଅଞ୍ଚଳରେ ଘଟିଛି ଏମିତି ଅଘଟଣ । ପଦ୍ମପୁର ସ୍ଥିତ ସନସାଇନ ଇଂରାଜୀ ବିଦ୍ୟାଳୟର ସ୍କୁଲ ବସ ନମ୍ବର OD 18 F 9829 ଓଲଟି ପଡିଛି । ଆହତ ୧୨ ଛାତ୍ରଛାତ୍ରୀଙ୍କୁ ପଦ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆଜି ବିଦ୍ୟାଳୟରେ ୭୭ ତମ ସ୍ଵାଧୀନତା ଦିବସ ପାଳନ ପରେ ବିଦ୍ୟାଳୟର ଗାଡି ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଘରକୁ ଛାଡ଼ିବା ପାଇଁ ନେଇ ଯାଉଥିଲା ।   ପଦ୍ମପୁର ବ୍ଲକ ପେରୁପାଙ୍ଗ ଗ୍ରାମ ନିକଟରେ ଦୂର୍ଘଟଣା ଗ୍ରସ୍ତ ହୋଇଥିଲା ସ୍କୁଲ ବସଟି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଓ ଆହତ ଛାତ୍ରଛାତ୍ରୀ ଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ପଦ୍ମପୁର ପୋଲିସ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛନ୍ତି।

ଏ ନେଇ ବିଦ୍ୟାଳୟର ଚେୟାରମେନ ସ୍ବାଗତ ଜେନାଙ୍କୁ ପଚାରିବାରୁ ସେ ରାୟଗଡ଼ାରେ ଥିବା କହିଥିବା ବେଳେ ଉକ୍ତ ଗାଡି ବିଭୁ ନାମକ ଡ୍ରାଇଭର ଦେଢ଼ ବର୍ଷ ହେଲା ଚଲାଉଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ଥିବା ବେଳେ ଉକ୍ତ ଡ଼୍ରାଇଭରଙ୍କ ଘର ପଦ୍ମପୁର ବ୍ଲକ ଯାତିଲି ନିକଟସ୍ଥ ରଘୁନାଥପୁର ଗ୍ରାମର ବୋଲି ପୁଲିସର ପ୍ରାଥମିକ ତଦନ୍ତ ସମୟରେ ଜଣାପଡିଛି ।

Leave A Reply

Your email address will not be published.