Latest Odisha News

BREAKING NEWS

ମହିଳା ରେସଲିଂ ସେମିରେ ଭିନେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପକ୍ସରେ ଭାରତର ସିନିୟର ରେସଲର ଭିନେଶ ଫୋଗଟ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ ଇଂଭେଟର କ୍ୱାର୍ଟର ଫାଇନାଲରେ ସେ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ୟୁକ୍ରେନର ଓକସାନା ଲିଭାଚଙ୍କୁ ୭-୫ରେ ପରାସ୍ତ କରିଛନ୍ତି । ସେ ସେମିରେ କ୍ୟୁବାର ୟୁସନେୟଲେସ ଗୁଜମାନଙ୍କୁ ଭେଟିବେ । ଗୁଜମାନ ପ୍ୟାନ ଆମେରିକାନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୂର୍ବରୁ ଭିନେଶ ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ହରାଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ଏସିଆନ ଅଲିମ୍ପିକ କ୍ୱାଲିଫାୟରରେ ଭିନେଶ ଫାଇନାଲରେ ପ୍ରବେଶ କରି ଅଲିମ୍ପିକ ଯୋଗ୍ୟତା ହାସଲ କରିଥିଲେ । ରିଓ ଓ ଟୋକିଓ ଗେମ୍ସରେ ସେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲେ । ଭାରତ ପକ୍ଷରୁ ରେସଲିଂରେ ଜଣେ ମହିଳା ଭାବେ ସେ ସର୍ବାଧିକ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ତାଙ୍କ ଫର୍ମ ବିଚାରକୁ ନେଲେ ସେ ପଦକ ହାସଲ କରିବେ ବୋଲି ଅନୁମାନ କରାଯାଉଛି ।

Comments are closed.