ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କ ଆବେଦନ ସିଏଏସରେ ଖାରଜ ହେବା ପରେ ଗୁରୁବାର ସେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିନେଶ ତାଙ୍କ ପୋଷ୍ଟରେ ମ୍ୟାଟ ଉପରେ କାନ୍ଦୁଥିବା ଫଟୋ ଛାଡିବା ସହ ବ୍ୟାକଗ୍ରାଉଣ୍ଡରେ ଗାୟକ ବି ପ୍ରାକଙ୍କ ଗୀତ ମେରୀ ବାରି ତେ ଲଗଦେ, ତୁ ରବା ସୋତା ରହ ଗୟା… ବାଜୁଛି । ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ୫୦ କିଗ୍ରା ବିଭାଗର ଫାଇନାଲରେ ପ୍ରବେଶ କରିଥିଲେ । ତେବେ ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।
ପରେ ଭିନେଶ ତାଙ୍କୁ ଅତି କମରେ ରୌପ୍ୟ ପଦକ ଦିଆଯାଉ ବୋଲି ସିଏଏସରେ ଆବେଦନ କରିଥିଲେ । ୧୪ ଅଗଷ୍ଟରେ ତାଙ୍କ ଆବେଦନ ଖାରଜ ହୋଇ ଯାଇଥିଲା । ଏବେ ସେ ସ୍ୱିସ ଫେଡେରାଲ ଟ୍ରିବ୍ୟୁନାଲରେ ଆବେଦନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଭିନେଶ ଅଯୋଗ୍ୟ ଘୋଷିତ ହେବା ପରେ ରେସଲିଂରୁ ଅବସର ଘୋଷଣା କରିଥିଲେ ।
BREAKING NEWS
- Turkman Gate Violence: ତୁର୍କମାନ ଗେଟ୍ ହିଂସା ମାମଲାରେ ବଡ ଖୁଲାସା;ରାଜନୈତିକ ସମ୍ପର୍କ ଏବଂ ବାହାର ପଥର ଫିଙ୍ଗାଳିଙ୍କ ସମ୍ପୃକ୍ତି…
- ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…
- କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ
- ‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
Comments are closed.