Latest Odisha News

ପ୍ୟାରିସରେ ଭିନେଶଙ୍କ ବିଜୟ: ‘ଦଙ୍ଗଲ’ ସିକ୍ୱେଲ ପାଇଁ ଆମୀର ଖାନଙ୍କୁ ଅପିଲ

ମୁମ୍ବାଇ: ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ରାଉଣ୍ଡ ଅଫ୍ ୧୬ରେ ଶୀର୍ଷ ମାନ୍ୟତାପ୍ରାପ୍ତ ୟୁଇଙ୍କୁ ୩-୨ ଗୋଲରେ ପରାସ୍ତ କରି ମହିଳା ୫୦ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ। ତାଙ୍କ ସଫଳତାର ଖବର ପ୍ରସାରିତ ହେବା ମାତ୍ରେ ସୋସିଆଲ ମିଡିଆ ଏକ୍ସରେ ହ୍ୟାସଟ୍ୟାଗ ଦଙ୍ଗଲ ( #दंगल) ଟ୍ରେଣ୍ଡ କରୁଛି। ତାଙ୍କ ପ୍ରେରଣାଦାୟକ ଯାତ୍ରା ଉପରେ ଏକ ଫିଚର ଫିଲ୍ମ କରିବାକୁ ସୋସିଆଲ ମିଡିଆରେ ଚାହିଦା କରାଯାଉଛି। ‘ଦଙ୍ଗଲ’ ସିକ୍ୱେଲ ପାଇଁ ଆମୀର ଖାନଙ୍କୁ ଅପିଲ
କରିଛନ୍ତି ପ୍ରଶଂସକ।

ଭିନେଶ ଫୋଗାଟ୍‌ଙ୍କ ସଫଳତା ପାଇବା ପରେ ତାଙ୍କ ସହ ଜଡ଼ିତ ଏକ ଫିଲ୍ମ କରିବାକୁ ଦାବି କରୁଛନ୍ତି ଦର୍ଶକ। ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶିତ ତଥା ଆମୀର ଖାନଙ୍କ ଅଭିନୀତ ୨୦୧୬ ହିଟ୍ ଫିଲ୍ମ ଦଙ୍ଗଲର ସିକ୍ୱେଲ ପାଇଁ ପ୍ରଶଂସକମାନେ ଅପିଲ ମଧ୍ୟ କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜଣେ ଉପଭୋକ୍ତା ଲେଖିଛନ୍ତି, ଦଙ୍ଗଲ-୨ ର ସ୍କ୍ରିପ୍ଟ ଶୀଘ୍ର ପ୍ରସ୍ତୁତ କରନ୍ତୁ। ରିଓ ୨୦୧୬, ଟୋକିଓ ୨୦୨୦ ଏବଂ ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରୁ ଭିନେଶଙ୍କର ଏକ ଚିତ୍ର ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ଯେ ଦଙ୍ଗଲ ୨ ପାଇଁ ବର୍ତ୍ତମାନ ସମୟ ଆସିଯାଇଛି।

ସୂଚନ ଥାଉକି ନୀତୀଶ ତିୱାରୀଙ୍କ ଦଙ୍ଗଲ ସର୍ବାଧିକ ଆୟ କରିଥିବା ବଲିଉଡ ଚଳଚ୍ଚିତ୍ର, ସାରା ବିଶ୍ୱରେ ୨୦୦- କୋଟିରୁ ଅଧିକ ଆୟ କରିଛି। ଏହି ଚଳଚ୍ଚିତ୍ରରେ ଆମୀର ଖାନଙ୍କ ଅଭିନୀତ ମହାବୀର ସିଂ ଫୋଗାଟଙ୍କ କାହାଣୀ ରହିଛି, ଯିଏ କି ତାଙ୍କ ଝିଅ ଗୀତା ଏବଂ ବବିତାଙ୍କୁ ଭାରତର ପ୍ରଥମ ବିଶ୍ୱସ୍ତରୀୟ ମହିଳା ରେସଲର ହେବାକୁ ପ୍ରଶିକ୍ଷଣ ଦେଇଛନ୍ତି। ବର୍ତ୍ତମାନ ଭିନେଶଙ୍କ ଚରିତ୍ର ଏବଂ ସେ କିପରି ସଫଳ ପାଇଲେ ସେନେଇ ସମାନ ଆଉ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ସୋସିଆଲ ମିଡିଆରେ ଦାବି ଉଠିଛି।

Comments are closed.