Latest Odisha News

କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଛିଡା ହୋଇ ପାରୁ ନ ଥିବା ଭିଡିଓ ଭାଇରାଲ

ମୁମ୍ବାଇ: ଭାରତର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିିଡିଓରେ କାମ୍ବଲୀ ଛିଡା ହୋଇ ପାରୁ ନ ଥିବାରୁ ୨ ଜଣ ବ୍ୟକ୍ତି ତାଙ୍କୁ ସହଯୋଗ କରୁଛନ୍ତି । ଏହି ଭିଡିଓ କିମ୍ବା ଖବରର ସତ୍ୟତା ସମ୍ପର୍କରେ ଓଡିଶା ସମ୍ବାଦ କୌଣସି ପୃଷ୍ଟି କରୁ ନାହିଁ । କାମ୍ବଲୀ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି । ସେ ଡିପ୍ରେସନ ଏବଂ ହାର୍ଟ ସମସ୍ୟାରେ ପଡିଛନ୍ତି । ଏବେ ତାଙ୍କୁ ନିୟମିତ ଡାକ୍ତରଖାନା ଯିବାକୁ ପଡୁଛି । କାମ୍ବଲୀ ଭାରତ ପକ୍ଷରୁ ୧୭ ଟେଷ୍ଟ ଓ ୧୦୪ ଦିିନିକିଆ ମ୍ୟାଚ ଖେଳିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ କାଙ୍ଗା ଲିଗରେ ବିଶ୍ୱରେକର୍ଡ ସ୍ଥାପନ କରିଥିଲେ ।

ସଚିନ ଏହା ପରେ କ୍ରିକେଟରେ ନିଜକୁ ପ୍ରତିଷ୍ଠିତ କରିଥିବା ବେଳେ କାମ୍ବଲୀ ପଥଭ୍ରଷ୍ଟ ହୋଇ ଯାଇଥିଲେ । ତାଙ୍କ ପାରିବାରିକ ଜୀବନ ମଧ୍ୟ ସେତେଟା ଭଲ ନାହିଁ । ସେ ୨ଟି ବିବାହ କରିଛନ୍ତି । ଫିଲ୍ମ ଦୁନିଆ ପ୍ରତି ସେ ଆକୃଷ୍ଟ ହୋଇଥିଲେ । ଏଥିରେ ମଧ୍ୟ ସଫଳ ହୋଇପାରି ନ ଥିଲେ । ନିକଟରେ ତାଙ୍କୁ ହାର୍ଟ ଆଟାକ ଆସିଥିବା ଖବର ପ୍ରକାଶ ପାଇଥିଲା । ଏହା ପରେ ସେ ଆଉ ସମ୍ମୁଖକୁ ଆସୁ ନ ଥିଲେ । କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କ୍ରିକେଟପ୍ରେମୀ ଚିନ୍ତା ବ୍ୟକ୍ତ କରିଛନ୍ତି ।

Comments are closed.