ମୁମ୍ବାଇ: ବଲିଉଡର ଦୁଇ ମହାନ ନାୟକ ଫିରୋଜ ଖାଁ ଓ ବିନୋଦ ଖାନ୍ନାଙ୍କ ଆଜିର ଦିନ (୨୭ ଏପ୍ରିଲ)ରେ ମୃତ୍ୟୁବରଣ କରିଥିଲେ । ଆଜି ସେମାନଙ୍କ ମୃତ୍ୟୁ ବାର୍ଷିକୀ । ଏହି ଦୁଇଜଣଙ୍କ ବନ୍ଧୁତା ଏବେ ମଧ୍ୟ ଲୋକମୁଖରେ ରହିଛି । ଫିରୋଜ ୨୭ ଏପ୍ରିଲ ୨୦୦୯ରେ ଏବଂ ବିନୋଦ ୨୭ ଏପ୍ରିଲ ୨୦୧୭ରେ ପ୍ରଶଂସକଙ୍କୁ ଛାଡି ଚାଲି ଯାଇଥିଲେ ।
ସବୁଠାରୁ ବଡ ସଂଯୋଗର କଥା ଉଭୟ କ୍ୟାନସରରେ ପୀଡିତ ଥିଲେ । ଫିରୋଜ ଫୁସଫୁସ ଏବଂ ବିନୋନ ୱେଲଡର କ୍ୟାନସରର ଆକ୍ରାନ୍ତ ଥିଲେ । ୧୯୭୬ରେ ଉଭୟ ଶଙ୍କର ଶମ୍ଭୁ ଫିଲ୍ମରେ ଅଭିନୟ କରିଥିଲେ । ଏହା ଫିଲ୍ମ ପ୍ରଶଂସକଙ୍କ ପସନ୍ଦ ଆସିଥିଲା । ଉଭୟଙ୍କ ବନ୍ଧୁତାର ବନ୍ଧୁତା ଏଠାରୁ ଆରମ୍ଭ ହୋଇଥିଲା ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ରହିଥିଲା । ଏହା ପରେ କୁର୍ବାନୀ, ଦୟାବନ ପରି ଅନେକ ଗୁଡିଏ ଫିଲ୍ମରେ ସେମାନେ ଏକତ୍ର ଅଭିନୟ କରିଥିଲେ ।
Comments are closed.