Latest Odisha News

BREAKING NEWS

ପାରା ଅଲିମ୍ପିକ୍ସ: ନିଶାଦଙ୍କୁ ରୌପ୍ୟ, ବିନୋଦଙ୍କୁ ବ୍ରୋଞ୍ଜ

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ରବିବାର ଭାରତୀୟ ପାରା ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଏ ପର୍ଯ୍ୟନ୍ତ ୩ଟି ପଦକ ଜିତି ସାରିଛନ୍ତି । ଭାବିନା ପଟେଲ(ରୌପ୍ୟ), ନିଶାଦ କୁମାର (ରୌପ୍ୟ) ଏବଂ ବିନୋଦ କୁମାର (ବ୍ରୋଞ୍ଜ)ଭାରତ ପାଇଁ ପଦକ ଜିତି ସାରିଛନ୍ତି । ହାଇଜମ୍ପ ଟି୪୭ ଇଭେଂଟରେ ନିଶାଦ କୁମାର ୨.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ଜିତଛନ୍ତି । ଆମେରିକାର ରୋଡେରିକ ଟାଉନ୍ସେଣ୍ଡ ୨.୧୫ ମିଟର ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିଶାଦଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ଜିତିଥିଲେ ।ଡିସକସରେ ବିନୋଦଙ୍କଚୁ ବ୍ରୋଞ୍ଜ: ଡିସକସ ଥ୍ରୋ ଏଫ୫୨ରେ ବିନୋଦ କୁମାର ନୁତନ ଏସୀୟ ରେକର୍ଡ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୯.୯୧ ମିଟର ଦୂରତାକୁ ଡିସକସ ଥ୍ରୋ କରି ସେ ଏହି ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.