Latest Odisha News

BREAKING NEWS

ଗୋଡ ଥିବା ତିମି ମାଛର ମିଳିଲା ଜୀବାଶ୍ମ

କାଇରୋ: ଇଜିପ୍ଟର ଫାୟୋମ ଅଂଚଳର ଏକ ମରୁଭୂମିରେ ଗୋଡ ଥିବା ତିମି ମାଛର ଜୀବଶ୍ମ ମିଳିଛି । ୪କୋଟି ୩୦ ଲକ୍ଷ ବର୍ଷ ତଳର ଏହି ତିମି ମାଛର ୪ଟି ଗୋଡ ଥିଲା । ଏହା ପାଣିରେ ପହଁରିବା ସହ ଭୂମିରେ ଚାଲୁଥିଲା । ବୈଜ୍ଞାନିକମାନେ ଏହାର ନାମ ଫିଓମିସେଟସ ଅନୁବିସ ନାମରେ ନାମିତ କରିଛନ୍ତି । ସୂଚପାଯୋଗ୍ୟ, ଇଜିପ୍ଟର ମୃତ୍ୟୁର ଦେବତାଙ୍କ ନାମ ଆନୁବିସ । ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ୬୦୦ କିଲୋଗ୍ରାମ ଏବଂ ୩ ମିଟର ଲମ୍ବ ହେବ ବୋଲି ଅନୁମାନ କରାଯାଇଛି ।

ଜୀବାଶ୍ମର ଗନ୍ତାଘର କୁହାଯାଉଥିବା ଏହି ମରୁଭୂମିରେ ୫କୋଟି ୬୦ ଲକ୍ଷ ବର୍ଷରୁ ୩ କୋଟି ୩୯ ଲକ୍ଷ ବର୍ଷର ପୁରାତନ ଜୀବାଶ୍ମ ମିଳିବାରେ ଲାଗିଛି । ଏହା ଏକ ପ୍ରାଚୀନ ସମୟର ତିମି ମାଛ ହୋଇଥିବାରୁ ଆହୁରି ଅଧିକ ଅଧ୍ୟୟନ ଜରୁରୀ ବୋଲି ବୈଜ୍ଞାନିକ ଅବଦୁଲା ଗୋହର କହିଛନ୍ତି ।

Leave A Reply

Your email address will not be published.