Latest Odisha News

BREAKING NEWS

ଭିନୁ ମଙ୍କଡ ଟ୍ରଫି: ଆଶୀର୍ବାଦଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ବିସିସିଆଇ ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫି ପାଇଁ ଶନିବାର ଓଡିଶା କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୬ ଜଣିଆ ଦଳର ନେତୃତ୍ୱ ଆଶୀର୍ବାଦ ସ୍ୱାଇଁ ନେବେ । ଓଡିଶା କ୍ରିକେଟ ଆସୋସିଏଶନ ସମ୍ପାଦକ ସଞ୍ଜୟ ବେହେରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଓଡିଶା ଜୁନିୟର ପୁରୁଷ ଚୟନ କମିଟି ମୂଖ୍ୟ ପ୍ରଭଞ୍ଜନ ମଲିକ ଓ କୋଚ ନଟରାଜ ବେହେରା ଆୟୋଜିତ ପ୍ରେସ କନଫେରେନ୍ସରେ ଉପସ୍ଥିତ ଥିଲେ । କେରଳରେ ୨୧ ଜଣିଆ ଖେଳାଳିଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏଥିରୁ ଶର୍ଟଲିଷ୍ଟ କରାଯାଇ ୧୬ଜଣଙ୍କୁ ଚୟନ କରାଯାଇଛି ।

ଓଡିଶା ଅକ୍ଟୋବର ୧୨ରେ ପୁଡୁଚେରୀରେ ଛତିଶଗଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୧୩ରେ ଅରୁଣାଚଳ ପ୍ରଦେଶକୁ, ୧୬ରେ ସୌରାଷ୍ଟ୍ରକୁ, ୧୮ରେ ରାଜସ୍ଥାନକୁ ଓ ୨୦ରେ ଓଡିଶାକୁ ଭେଟିବ ।
ଓଡିଶା ଟିମ: ପଙ୍କଳ ଶଶାଙ୍କ, ଆଶୀର୍ବାଦ ସ୍ୱାଇଁ(ଅଧିନାୟକ), ଶ୍ରେୟାଂଶ ଭରଦ୍ୱାଜ, କରନ ମହାପାତ୍ର, ଗୌରବ କୁମ୍ଭାର, ଦେବାଶୀଷ ବାଘ, ଏମଜି ଗୋପାଳ, ବିଶାଳ ପ୍ରିୟଦର୍ଶୀ, ସମ୍ବିତ ବେଜ, ସ୍ୱପ ଏସ ଭୂୟାଁ, ସୟେଦ ଅହମ୍ମଦ, କିଶୋର ଛେତ୍ରୀ, ଶୁଭମ ପ୍ରିୟଦର୍ଶୀ, ଶ୍ରୀରାଜ ପଟ୍ଟନାୟକ, ସୌଭାଗ୍ୟ ଓଝା, ରୋହିତ ପ୍ରଧାନ ।

Comments are closed.