Latest Odisha News

BREAKING NEWS

କରୋନା ଅପଡେଟ୍ ‌; କୋଭିଡ୍‌-୧୯ରେ ସଂକ୍ରମିତ ୫୩ ସାମ୍ବାଦିକ !

ମୁମ୍ବାଇ: ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ଭନ୍ଧୀୟ ଟିକ୍‌ନିକ୍ ଖବର ପହଂଚାଉଥିଲେ । ହେଲେ ଏବେ ଖୋଦ ସେମାନେ କରୋନାଭାଇରସରେ ସଂକ୍ରମିତ । ଜଣେ କି ଦୁଇଜଣ ନୁହେଁ ବରଂ କୋଭିଡ୍‌-୧୯ ରେ ସଂକ୍ରମିତ ମୁମ୍ବାଇର ୫୩ ଜଣ ସାମ୍ବାଦିକ । ଏପରି ଘଟଣା ସାରା ଦେଶ ସମେତ ଗଣମାଧ୍ୟମ ଜଗତରେ ସୃଷ୍ଟି କରିଛି ଗମ୍ଭୀର ବାତାବରଣ ।

ସୋମବାର ୫୩ ଜଣ ସାମ୍ବାଦିକ କରୋନାଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ବ୍ରିହାନ୍‌ମୁମ୍ବାଇ ମୁନିସିପାଲ୍ କର୍ପୋରେସନର (BMC) କ୍ୱାରେଣ୍ଟାଇନ୍ ୱାର୍ଡରେ ରଖାଯାଇଛି ।

ଗତ ସପ୍ତାହରେ ଏକ ସ୍ୱତନ୍ତ୍ର ଲ୍ୟାବରେ BMC ମୁମ୍ବାଇର ୧୭୧ଜଣ ସାମ୍ବାଦିକଙ୍କର କୋଭିଡ୍‌-୧୯ ଟେଷ୍ଟ କରାଇଥିଲା । ସେଥିମଧ୍ୟରୁ ୫୩ ଜଣଙ୍କର ସ୍ୱାବ୍ ଟେଷ୍ଟ ପଜିଟିଭ ବାହାରିଥିଲାବେଳେ ଅନ୍ୟ ସମସ୍ତଙ୍କର ରିପୋର୍ଟ ନେଗେଟିଭ ରହିଛି । ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଫଟୋଗ୍ରାଫର ଓ କ୍ୟାମେରାମ୍ୟାନ ଥିବା ଜଣାପଡିଛି ।

BMC ର ସାମ୍ବାଦିକ ସଂଘର ମୁଖ୍ୟ ଵିଷ୍ଣୁ ସୋନାୱନେ କହିଛନ୍ତି ସଂକ୍ରମିତ ସାମ୍ବାଦିକଙ୍କଠାରେ କୌଣସି ଜଟିଳ ଲକ୍ଷଣ ପରିଲକ୍ଷିତ ହୋଇନି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ତଥାପି ସେମାନଙ୍କୁ ସଙ୍ଗରୋଧ ଅବଲମ୍ବନ କରିବାକୁ ପଡିବ । ଘରେ କିମ୍ବା ବିଏମସି ର କ୍ୱାରେଣ୍ଟାଇନ୍ ୱାର୍ଡରେ ତାଙ୍କୁ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.