ଭୁବନେଶ୍ବର: ଆଉ ଉଠାଇ ପାରିବେନି ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ କିମ୍ବା ସେଲ୍ଫି । ନିୟମ ଜାରି କଲେ ବନ୍ୟପ୍ରାଣୀ ପିସିସିଏଫ୍ । ସୋସିଆଲ ମିଡିଆରେ ଏଭଳି ଫଟୋଗ୍ରାଫ ଓ ସେଲଫି ଛାଡ଼ିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଦ୍ଦେର୍ଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ଯଦି କେହି ନିୟମ ଉଲ୍ଳଂଘନ କରି ଧରିପଡ଼ିଲେ ତେବେ ୭ ବର୍ଷ ଯାଏଁ ଜେଲଦଣ୍ଡ ମିଳିବ ।
ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସବୁ ଡିଏଫଓଙ୍କ ସହ ନନ୍ଦନକାନନ ଓ ଶିମିଳିପାଳ ନିର୍ଦ୍ଦେଶକଙ୍କୁ ସେ ଚିଠି ଲେଖିଛନ୍ତି । ଏବେ ଅନେକ ଲୋକ ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସେଲଫି ଓ ଭିଡ଼ିଓ ପୋଷ୍ଟ କରୁଛନ୍ତି, ଯାହାକି ବନ୍ୟପ୍ରାଣୀ ଆଇନର ଉଲ୍ଲଘଂନ କରୁଛି ବୋଲି ସୁଶାନ୍ତ କହିଛନ୍ତି । ତେଣୁ ବନବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
Comments are closed.