Latest Odisha News

BREAKING NEWS

ଧର୍ମଶାଳା ଓସାରାରେ ବିଜେଡି କର୍ମୀଙ୍କ ଲଙ୍କାକାଣ୍ଡ, ସାମାନ୍ୟ ବଚସାରୁ କଲେ ଭଙ୍ଗାରୁଜା

ଯାଜପୁର: ଧର୍ମଶାଳା ଓସାରାରେ ବିଜେଡି କର୍ମୀଙ୍କ ଭଙ୍ଗାରୁଜା । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ଏହି ଅଘଟଣ ହୋଇଥିବା ସୁଚନା ରହିଛି । । ସୂଚନା ମୁତାବକ,ରାଲି ରେ ଯାଉଥିବା ବେଳେ ସାମାନ୍ୟ ବଚସାରୁ ଭଙ୍ଗାରୁଜା କଲେ ବିଜେଡି କର୍ମୀ ।

ଜଣେ ପୂର୍ବତନ ସରପଞ୍ଚ କାର୍‌ରେ ଘରକୁ ଫେରିଲା ବେଳେ ବିଜେଡି କର୍ମୀଙ୍କ ଦେହରେ ବାଜିଥିବା ଅଭିଯୋଗ ହୋଇଛି। ପୂର୍ବତନ ସରପଞ୍ଚଙ୍କ ମାର୍କେଟ କମ୍ପ୍ଲେକ୍ସରେ ପଶି ଭଙ୍ଗାରୁଜା କରିଛନ୍ତି ବିଜେଡି କର୍ମୀ ।

ଏଥିସହ ତାଙ୍କର ୪ଟି ହାଇୱାର କାଚ ମଧ୍ୟ ବାଡ଼େଇ ଭାଙ୍ଗିଦେଇଛନ୍ତି । ଘଟଣା ସ୍ଥଳରେ ପହଞ୍ଚିଲେ ଯାଜପୁର ଏସ୍‌ପି । ରାଲି ରେ ଯାଉଥିବା ବେଳେ ସାମାନ୍ୟ ବଚସାରୁ ଭଙ୍ଗାରୁଜା କରିଛନ୍ତି  ବିଜେଡି କର୍ମୀ । ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲ ।

 

Comments are closed.