Latest Odisha News

ପୁଣି ଅଶାନ୍ତ ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର, ରାତିରେ ୧୫ରୁ ଅଧିକ ବୋମାମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇଛି ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର। ବିଳମ୍ୱିତ ରାତିରେ ୧୫ରୁ ଅଧିକ ବୋମାମାଡ଼ ହୋଇଛି। ଦୁଇ ସାହି ମଧ୍ୟରେ କୌଣସି କାରଣରୁ ଏହି ହିଂସା ହୋଇଛି। ଏଥିରେ ଅନେକ ଆହତ ହୋଇଥିବା ସୂଚନା ରହିଛି। ଇଟା, ପଥର ସାଙ୍ଗକୁ କାଚ ବୋତଲ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଁଚିଛି। ଏବେ ଗାଁରେ ପୋଲିସ ଛାଉଁଣୀ ରହିଛି। ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ ରହିଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଘରୁ ଲୋକଙ୍କୁ ନବାହାରିବାକୁ ନିବେଦନ କରିଛି ପୋଲିସ। ଘରୁ ବାହାରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ତେବେ ଏଥର ମଧ୍ୟ ପୁର୍ବଭଳି ସୁଧ କାରବାର ପାଇଁ ଉପରସାହି ଏବଂ ତଳସାହି ମଧ୍ୟରେ ଗଣ୍ଡଗୋଳରୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନିଜେ ଡିସିପି ପ୍ରତୀକ ସିଂହ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଣେ ଏସପି ଏହି ଘଟଣାର ତଦନ୍ତ କରିବେ। ଦୋଷ ଯାହାର ଥାଉ ନା କାହିଁକି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

କିଛି ମାସ ତଳେ ସୁଧ କାରବାରକୁ ନେଇ ଗାଁରେ ହିଂସା ହୋଇଥିଲେ। ଏଥିରେ ଅନେକ ଆହତ ହୋଇଥିବାବେଳେ ଅନେକ ଗିରଫ ହୋଇଥିଲେ। ଏପରିକି ଗାଁ ପୁରୁଷ ଶୂନ୍ୟ ହୋଇଯାଇଥିଲା।

Comments are closed.