Latest Odisha News

BREAKING NEWS

ଟ୍ରମ୍ପ-ବିଡେନ୍ ସମର୍ଥକ ମୁହାଁମୁହିଁ, ଓ୍ୱାଶିଂଟନରେ ହିଂସାକାଣ୍ଡ

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ପରିଣାମକୁ ସହଜରେ ତାଙ୍କ ସମର୍ଥକ ବି ହଜମ କରି ପାରୁ ନାହାନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଜଣାଇବା ଏବଂ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ କରି ଓ୍ୱାଶିଂଟନରେ ବିରୋଧ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଲୋକ ।

ହ୍ୱାଇଟ୍ ହାଉସ୍ ନିକଟ ଫ୍ରିଡମ ପ୍ଲାଜାରେ ଏକାଠି ହୋଇଥିଲେ ହଜାର ହଜାର ବିକ୍ଷୋଭକାରୀ । ୧୦ ହଜାର ଲୋକଙ୍କ ସମାଗମ ପାଇଁ ଅନୁମତି ନିଆଯାଇଥିଲା । ବିରୋଧ ପ୍ରଦର୍ଶନ ବେଳେ ବିଡେନ୍ ସମର୍ଥକଙ୍କ ସହ ମୁହାଁମୁହିଁ ପରିସ୍ଥିତି ବି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷର କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । Courtesy: cnn.com

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରାଜୟକୁ ଏଯାଏ ସ୍ୱୀକାର କରୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ । କିଛି ପରାମର୍ଶଦାତା ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ଭୋଟ ଗଣତିରେ ହେରଫେର ଅଭିଯୋଗ ଆଣିଛନ୍ତି । ଏବେ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି ଟ୍ରମ୍ପ ସମର୍ଥକ ।

Leave A Reply

Your email address will not be published.