Latest Odisha News

BREAKING NEWS

ଆଜିଠୁ ଆରମ୍ଭ ମାଆ ଶ୍ୟାମା କାଳୀଙ୍କ ପୂଜା; ଜାଣନ୍ତୁ, ମାଆଙ୍କ ସହ ଜଡିତ କିଛି ଅଲୌକିକ କଥା

ଭୁବନେଶ୍ୱର: ମାଆ କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ।ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ।କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ମାଆଙ୍କର ଉତ୍ପତ୍ତି, ସେ ରକ୍ତବୀଜର ରକ୍ତ ପାନ କରିଥିଲେ ।

ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ । ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ । ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ । ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନା।

କଳି ଯୁଗରେ ପ୍ରଭୁ ହନୁମାନ, ଦୁର୍ଗା, ଭୈରବ, ଶନିଦେବ ପ୍ରତ୍ୟକ୍ଷ ଦେବାଦେବୀ ରୂପେ ପୂଜା ପାଇଥାନ୍ତି। ଭଗବାନ ଶିବଙ୍କର ପ୍ରଥମ ପତ୍ନୀ ଦକ୍ଷ କନ୍ୟା ସତୀ ଥିଲେ। ହିମାଳୟ ପୁତ୍ରୀ ପାର୍ବତୀ କଠୋର ତପସ୍ୟା ପରେ ଭଗବାନ ଶିବଙ୍କର ଦ୍ବିତୀୟ ପତ୍ନୀ ହୋଇଥିଲେ। ମା’ କାଳୀ ପାର୍ବତୀଙ୍କ ଏକ ସ୍ବରୂପ ଅଟନ୍ତି। ମା’ କାଳୀଙ୍କ ଉପାସନା କରିବା ଦ୍ବାରା ଜୀବନରେ ସୁଖ, ଶାନ୍ତି, ଶକ୍ତି ଓ ବିଦ୍ୟା ପ୍ରାପ୍ତି ହୋଇଥାଏ। କିନ୍ତୁ ମା’ କାଳୀଙ୍କ ଉପାସନାରେ କିଛି ତ୍ରୁଟି ରହିଗଲେ ବିପରୀତ ଫଳ ପ୍ରାପ୍ତି ହୋଇଥାଏ।

ମା’ କାଳୀଙ୍କୁ ଭିନ୍ନ ଭିନ୍ନ ସ୍ବରୂପରେ ପୂଜା କରାଯାଇଥାଏ। ମା’ କାଳୀଙ୍କୁ ଦକ୍ଷିଣ କାଳୀ, ଶ୍ୟାମା କାଳୀ, ସିଦ୍ଧ କାଳୀ, ଭଦ୍ର କାଳୀ ଶ୍ମଶାନ କାଳୀ, ମାତୃ କାଳୀ ଓ ମହାକାଳୀ କୁହାଯାଇଥାଏ।

Leave A Reply

Your email address will not be published.