Latest Odisha News

BREAKING NEWS

ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼

ଭୁବନେଶ୍ୱର: ଅଶାନ୍ତ ବିଜେବି କଲେଜ। ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ। ଦୁଇ ଛାତ୍ର ଗୋଷ୍ଠୀ ପିଟାପିଟି, ୨୫ରୁ ଊର୍ଦ୍ଧ୍ବ ଆହତ। ଅଶୋକ-ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। ଘଣ୍ଟାଏ ଧରି ହଷ୍ଟେଲ ପରିସରରେ ପଥର ମାଡ଼। ଫେରୱେଲ୍ ପାର୍ଟିରୁ ଆରମ୍ଭ ହେଲା ପିଟାପିଟି। ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି।

ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ରାତି ତମାମ ହୋଷ୍ଟେଲରେ ଗଣ୍ଡଗୋଳ ଚାଲିଥିଲା।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଅଶୋକା ହଷ୍ଟେଲରେ ଫେରୱେଲ ପାର୍ଟି ଚାଲିଥିଲା । ରାତିରେ ହଷ୍ଟେଲ ପିଲା ନାଚଗୀତରେ ମସଗୁଲ ଥିଲେ। ଏନେଇ ଆମ୍ବେଦକର ହଷ୍ଟେଲର କିଛି ପିଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଡିଜେ ବନ୍ଦ କରିଥିଲା। ଏହାପରେ ଦୁଇ ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିୟର ବୋତଲ ଏବଂ ପଥର ମାଡ ଆରମ୍ଭ ହୋଇଥିଲା। ରାତି ୧୧.୩୦ ରୁ ଆରମ୍ଭ ହୋଇ ୨.୩୦ ପର୍ଯ୍ୟନ୍ତ ଝଗଡ଼ା ଚାଲିଥିଲା। ଗତକାଲି ରାତିରୁ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Comments are closed.