Latest Odisha News

BREAKING NEWS

ଗଲଓ୍ୱାନ ଘାଟି ସଂଘର୍ଷରେ ସହିଦ ଓଡ଼ିଶାର ନୁଦୁରାମ ସୋରେନଙ୍କୁ ବୀର ଚକ୍ର

ନୂଆଦିଲ୍ଲୀ: ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ମିଳିବ ବୀର ଚକ୍ର ସମ୍ମାନ । ଗଲୱାନ ଘାଟିରେ ଚୀନ ସେନା ସଂଘର୍ଷରେ ସହିଦ ହୋଇଥିଲେ ନୁଦୁରାମ । ନୁଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ନୁଦୁରାମ ୧୬ ବାଟାଲିୟନ ବିହାର ରେଜିମେଣ୍ଟର ନାଏବ ସୁବେଦାର ଥିଲେ । ୧୯୯୭ରେ ସେନାରେ ଯୋଗ ଦେଇଥିଲେ ନୁଦୁରାମ ସୋରେନ୍ । ତାଙ୍କ ସହ ଗଲଓ୍ୱାଟ ସଂଘର୍ଷରେ ସହିଦ ହାବିଲଦାର କେ. ପଲାନି, ସିପାହି ଗୁରତେଜ ସିଂହ, ହାବିଲଦାର ତେଜିନ୍ଦର ସିଂହ ଓ ନାଏକ ଦୀପକ ସିଂହଙ୍କୁ ପ୍ରଦାନ କରାଯିବ ବୀର ଚକ୍ର ସମ୍ମାନ ।

Leave A Reply

Your email address will not be published.