Latest Odisha News

BREAKING NEWS

ଅନୁମତି ମିଳିବା ପୂର୍ବରୁ ଭାରତ ଭ୍ୟାକ୍ସିନ୍ କିଣୁ ବୋଲି ଚାହୁଁଛି ଫାଇଜର

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ଟିକାକରଣ ଆଗେଇ ଚାଲିଛି । ଭାରତରେ ୨ଟି କମ୍ପାନୀର କରୋନା ଟିକାକୁ ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଜାନୁଆରୀ ୧୬ରୁ ଦେଶରେ ଜାରି ରହିଛି ଟିକାକରଣ । ଆମେରିକୀୟ କମ୍ପାନୀ ଫାଇଜର ଚାହୁଁଛି- ଡିସିଜିଆଇ ଫାଇଜର ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିବା ପୂର୍ବରୁ ଭାରତ ଭ୍ୟାକ୍ସିନ୍ କିଣିବ ବୋଲି ଅର୍ଡର ଦେଉ ।

କମ୍ପାନୀ ପକ୍ଷରୁ କୁହାଯାଇଛି- ଭାରତ ଫାଇଜର ଭ୍ୟାକ୍ସିନ୍ କିଣିବା ଲାଗି ଭରସା ଦେଲେ କମ୍ପାନୀ ଡିସିଜିଆଇ ଠାରୁ ଅନୁମତି ଲାଗି ଆଗକୁ ବଢ଼ିବ । ଫାଇଜର ଭ୍ୟାକ୍ସିନ୍ କରୋନା ବିରୋଧରେ ପ୍ରଭାବଶାଳୀ ବୋଲି ଦାବି କରିଛି । ଟିକା ୯୫ ପ୍ରତିଶତ ପ୍ରଭାବୀ ଓ ଭ୍ୟାକ୍ସିନର କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ଫାଇଜର କହିଛି । ଫାଇଜର ଭ୍ୟାକ୍ସିନକୁ ବ୍ରିଟେନ୍, ଆମେରିକା, ୟୁରୋପ ଓ କାନାଡ଼ା ଅନୁମତି ଦେଇଛି ।

ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେବାକୁ ଫାଇଜର ପୂର୍ବରୁ ଆବେଦନ କରିଥିଲା । ଭାରତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମତି ଦେଇଥିଲା । ଭାରତର ସେଣ୍ଟାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ୍ କଣ୍ଟ୍ରୋଲ ଅର୍ଗାନାଇଜେସନ ଅନୁସାରେ- ଡିସେମ୍ବରରେ ଅନୁମତି ଲାଗି ଫାଇଜର ଆବେଦନ କରିଥିଲା । ତେବେ, ତା’ପରେ ଅଧିକାରୀକ ବୈଠକରେ କମ୍ପାନୀ ନଥିଲା । ଏଥିସହ କମ୍ପାନୀ ବିନା ଟ୍ରାଏଲରେ ଭ୍ୟାକ୍ସିନର ପ୍ରୟୋଗ ପାଇଁ ଆବେଦନ କରିଥିବା ବେଳେ ତାକୁ ଖାରଜ କରାଯାଇଥିଲା ।

Leave A Reply

Your email address will not be published.