ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ, ଫେସବୁକ, ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ଗୋଟିଏ ରହସ୍ୟମୟ ନମ୍ବର ଜୋର୍ଦାର ଭାଇରାଲ୍ ହେଉଛି। ସେ ନମ୍ବରଟି ହେଉଛି ୫୨୦୧୩୧୪। ଅନେକେ ଭାବୁଛନ୍ତି ଏହା କିଛି ଭୟଙ୍କର ଜିନିଷ ନା କୌଣସି ଫ୍ରଡ୍ ନମ୍ବର! କିନ୍ତୁ ଚିନ୍ତା କରନ୍ତୁ ନାହିଁ, ଏହି ନମ୍ବରର ରହସ୍ୟ ଆଉ ରହସ୍ୟ ରହିଲା ନାହିଁ। ଏହା କୌଣସି ବିପଦ ନୁହେଁ, ବରଂ ଏକ ରୋମାଣ୍ଟିକ୍ ପ୍ରେମର ସଙ୍କେତ!
ଚାଇନାରୁ ଆସିଥିବା ଏହି ନ୍ୟୁମେରିକ୍ କୋଡ୍ ୫୨୦୧୩୧୪ର ଅର୍ଥ ହେଉଛି “ମୁଁ ତୁମକୁ ଚିରକାଳ ପ୍ରେମ କରୁଛି” ବା “I love you forever”। ଚାଇନାରେ ପ୍ରେମୀ-ପ୍ରେମିକାମାନେ ଏହି ନମ୍ବର ଲେଖି ନିଜର ଦିଲର କଥା ଗୋପନେ ଜଣାନ୍ତି। ଏବେ ଏହା ଜେନ୍-ଜି ପିଢ଼ି ମାନଙ୍କ ମଧ୍ୟରେ ଏତେ ଲୋକପ୍ରିୟ ହୋଇଛି ଯେ ପୁରା ଦୁନିଆରେ ଭାଇରାଲ୍ ହେଲାଣି।ଏହି ନମ୍ବରକୁ ଏପରି ଭାଙ୍ଗି ବୁଝନ୍ତୁ:
୫୨୦ → ଚାଇନିଜ୍ ଉଚ୍ଚାରଣରେ ୫ (ଉ) + ୨ (ଆର୍) + ୦ (ଲିଙ୍ଗ୍) = ଉ ଆଇ ନି → ଅର୍ଥାତ୍ “ମୁଁ ତୁମକୁ ଭଲ ପାଏ” (I Love You)
୧୩୧୪ → ଚାଇନିଜରେ ଏହାର ଉଚ୍ଚାରଣ “ଯୀ ସାନ୍ ସି ଯୀ ସାଙ୍ଗ୍” ଭଳି ଶୁଭେ ଯାହାର ଅର୍ଥ “ସାରା ଜୀବନ”, “ଚିରକାଳ”, “ସଦାପ୍ରେମ”
ତେଣୁ ୫୨୦୧୩୧୪ = ମୁଁ ତୁମକୁ ସାରା ଜୀବନ ପ୍ରେମ କରିବି।ଚାଇନାରେ ଆଉ କିଛି ଲୋକପ୍ରିୟ ପ୍ରେମ କୋଡ୍:
୫୨୧ → ମୁଁ ତୁମକୁ ଭଲ ପାଏ (I love you)
୫୩୦ → ମୁଁ ତୁମକୁ ବହୁତ ମିସ୍ କରୁଛି (I miss you)
୭୭୫୮ → କିସ୍ ଓ ଆଲିଙ୍ଗନ (Kiss & Hug)
୮୯୮ → ବ୍ରେକଅପ୍ (ବାଏ ବାଏ)
ତ ଆଜିଠାରୁ ଯଦି ଆପଣଙ୍କ ଫୋନ୍ରେ କିଏ ୫୨୦୧୩୧୪ ଲେଖି ପଠାଇଛି, ତା’ହେଲେ ବୁଝିଜାନ୍ତୁ କିଏ ତ ଆପଣଙ୍କୁ ଚିରକାଳରପ୍ରେମ ପ୍ରସ୍ତାବ ଦେଉଛି! ଏବେ ଆପଣ ମଧ୍ୟ ନିଜର ପ୍ରେମିକା/ପ୍ରେମିକଙ୍କୁ ଏହି କୋଡ୍ ପଠାଇ ଦେଖନ୍ତୁ, ଦେଖିବେ କେତେ ସୁନ୍ଦର ହସ ଆସିବ!