Latest Odisha News

BREAKING NEWS

[ଭିଡିଓ] ଭାରତରେ ପାକିସ୍ତାନୀ ଫୁଡ୍ ଫେଷ୍ଟିଭାଲ ବନ୍ଦ କଲା ବଜରଙ୍ଗ ଦଳ

ଭୁବନେଶ୍ୱର: ଗୁଜରାଟରେ ପାକିସ୍ତାନୀ ଫୁଡ୍ ଫେଷ୍ଟିଭାଲ ପାଇଁ ହୋଇଥିଲା ଭବ୍ୟ ଆୟୋଜନ । ଖବର ପାଇ ଏକ ରେଷ୍ଟୁରାଣ୍ଟରେ ପହଂଚିଥିଲା ବଜରଙ୍ଗ ଦଳ । ହୋଇଥିଲା ଜୟ ଶ୍ରୀରମ ଓ ହର ହର ମହାଦେବ ନାରାବାଜି । ଶେଷରେ ଫୁଡ୍ ଫେଷ୍ଟିଭାଲ ବନ୍ଦ କରିବା ସହ ବ୍ୟାନର ଜାଳି ପ୍ରତିବାଦ କରିଥିଲା ବଜରଙ୍ଗ ଦଳ ।

ଗତକାଲି ସୁରଟର ଜଣାଶୁଣା ରେଷ୍ଟୁରାଣ୍ଟ ଟେଷ୍ଟ ଅଫ୍ ଇଣ୍ଡିଆରେ ପାକିସ୍ତାନୀ ଫୁଡ୍ ଫେଷ୍ଟିଭାଲ ଆୟୋଜନ କରିବା ନେଇ ଏକ ବିରାଟକାୟ ବ୍ୟାନର ଲଗାଇଥିଲା । ଏହି ଖବର ସୋସିଆଲ ମିଡିଆରେ ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଦମ୍ ଦେଖାଇଥିଲା ବଜରଙ୍ଗ ଦଳ । ଚଳିତମାସ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫୁଡ୍ ଫେଷ୍ଟିଭାଲକୁ ବଜରଙ୍ଗ ଦଳ ତୁରନ୍ତ ବନ୍ଦ କରିଥିଲା ।

ବଜରଙ୍ଗ ଦଳର ମୁଖ୍ୟ ଦେବୀ ପ୍ରସାଦ ଦୁବେ ଅନ୍ୟ କର୍ମୀଙ୍କ ସହ ରେଷ୍ଟୁରାଣ୍ଟରେ ଧସେଇ ପଶି ମାଲିକ ତଥା କର୍ମଚାରୀଙ୍କୁ ଧମକଚମକ ଦେଇଥିଲେ । ପରେ ଏ ନେଇ ରେଷ୍ଟୁରାଣ୍ଟ ମାଲିକ ସନ୍ଦୀପ ଦାୱର କ୍ଷମା ମାଗିବା ସହ ଆଗାମୀ ଦିନରେ ଏପରି ଭୁଲ୍ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହି ଘଟଣାକୁ ନେଇ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏପରିକି ରେଷ୍ଟୁରାଣ୍ଟର ଲାଇସେନ୍ସ କ୍ୟାନ୍ସଲ କରିବାକୁ ବି ସ୍ୱର ଉତ୍ତୋଳନ ହୋଇଛି । ତେବେ ରେଷ୍ଟୁରାଣ୍ଟ ମାଲିକ ଜଣକ ଗୁଜରାଟର ବିଜେପି ନେତାଙ୍କ ନିକଟତର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.