Latest Odisha News

BREAKING NEWS

ବାଇକ ଚାଳକଙ୍କ ଛୁରା ମାଡ଼ରେ ମହିଳା ହୋମଗାର୍ଡ଼ ଗୁରୁତର

ରାୟଗଡ଼ା: ମହିଳା ହୋମଗାର୍ଡ଼ଙ୍କୁ ଛୁରା ମାଡ଼ । ରାୟଗଡ଼ା ଜିଲ୍ଲା ଜେକେପୁରରେ ଘଟିଛି ଏହିଭଳି ଘଟଣା । ଜଣେ ଯୁବକ ହୋମଗାର୍ଡ଼ ରୀନା ବିଡ଼ିକାଙ୍କୁ ଛୁରା ମାରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ କନେଷ୍ଟବଳ ରୀନାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ହୋମଗାର୍ଡ଼ ରୀନା ଜେକେପୁରସ୍ଥିତ ଗୋପବନ୍ଧୁ ଛକରେ ଟ୍ରାଫିକ ଡ଼୍ୟୁଟିରେ ଥିଲେ । ସେହି ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଯୁବକଙ୍କୁ ଅଟକାଇବା ପାଇଁ ହୋମଗାର୍ଡ଼ ରୀନା ଉଦ୍ୟମ କରିଥିଲେ । ହେଲେ ଯୁବକ ଜଣକ ରୀନାଙ୍କୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ବାସିନ୍ଦା ଓ ଚାନ୍ଦିଲି ପୋଲିସ ରୀନାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଡ଼ାକ୍ତର କହିଛନ୍ତି । ଏପଟେ ଛୁରା ମାରିଥିବା ଯୁବକଙ୍କ ପତ୍ତା ଏଯାଏଁ ମିଳିନି । ତାଙ୍କୁ ଠାବ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.