Latest Odisha News

BREAKING NEWS

[ଭିଡିଓ] ମହାଜ୍ଞାନୀ ପାକିସ୍ତାନୀ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ଥର ପାକିସ୍ତାନୀ ମନ୍ତ୍ରୀଙ୍କର ମୁର୍ଖତା ସାମ୍ନାକୁ ଆସିଛି । ବେଳେବେଳେ କିଛି ନଜାଣି ନବୁଝି ସେମାନେ ଏପରି କିଛି ବୟାନ୍ ଦେଇଥାନ୍ତି, ଯାହା ପରେ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥାଏ । ନିକଟରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ୍ ଚୌଧୁରୀ ସାମାନ୍ୟ ଅଦା ଓ ରସୁଣ ପାଇଁ ସମାଲୋଚିତ ହୋଇଛନ୍ତି ।

ଏକ ପ୍ରେସ୍ କନଫେରେନ୍ସ ଅବସରରେ ଫୱାଦ ଗାର୍ଲିକକୁ ସ୍ଥାନୀୟ ଭାଷାରେ ଲହସୁନ୍ କହିବା ବଦଳରେ ଅଦରକ କହିଥିଲେ । ସେହି ସମୟର ଭିଡିଓଟି ଏବେ ବହୁଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଯଦି ଏପରି ଜ୍ଞାନର ଅଧିକାରୀ, ତେବେ ପାକିସ୍ତାନର ସ୍ଥିତି ଆପଣ ସ୍ପଷ୍ଟ ଅନୁମାନ କରିପାରୁଥିବେ । ଏ କଥା କାହାକୁ ଅଛପା ନାହିଁ ଯେ, ଗାର୍ଲିକକୁ ରସୁଣ ବା ଲହସୁନ୍ କୁହାଯାଉଥିବାବେଳେ ଜିଂଜରକୁ ଅଦା ବା ଅଦରକ କୁହାଯାଇଥାଏ ।

Leave A Reply

Your email address will not be published.