Latest Odisha News

BREAKING NEWS

ଗ୍ୟାସ ଦର ବୃଦ୍ଧିକୁ ନେଇ ଜୟପୁରରେ ବିଜେଡିର ଆନ୍ଦୋଳନ

କୋରାପୁଟ : ଆଜି ତୃତୀୟ ଦିନରେ ପହଁଞ୍ଚିଛି ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ । ଗ୍ୟାସ ସିଲିଣ୍ଡରର ଦାମ ୯୩୦ ଟଙ୍କାରେ ପହଁଚିଛି । ଦରଦାମ ଅହେତକୁ ବୃଦ୍ଧି ପ୍ରତିବାଦରେ ଆଜି ଜୟପୁରରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ନେତ୍ରୀ ଇନ୍ଦିରା ନନ୍ଦଙ୍କ ନେତ୍ୱତ୍ୱରେ ରାଜନଗର ଛକରୁ ଏକ ବିଶାଳ ରାଲି ବାହାରି ଜୟପୁର ପୌର ପାଳିକା ନିକଟରେ ପହଁଞ୍ଚିଥିଲା । ସେଠାରେ ବିଜେଡି କର୍ମୀମାନେ ମୋଦୀ ସରକାକଙ୍କ ବିରୋଧରେ ନାରାବାଜୀ କରିଛନ୍ତି।

ମହିଳା ମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ବୋହିନେଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ବିକ୍ଷୋଭ ସ୍ଥଳରେ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ,ପୂର୍ବତନ ମନ୍ତ୍ରୀ ରବି ନନ୍ଦ ,ମହିଳା ବିଜେଡି ଓ ଯୁବ ଓ ଛାତ୍ର ବିଜେଡିର ସମସ୍ତ କର୍ମକର୍ତ୍ତା ସାମିଲ ଥିଲେ। ଏହି ଅବସରରେ ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

 

Leave A Reply

Your email address will not be published.