ଭୁବନେଶ୍ୱର: ପାକିସ୍ତାନ କରାଚି ସହରର ଗୋଟିଏ ଭିଡିଓ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ପେପ୍ସି କମ୍ପାନୀର ଏକ ମୃଦୁ ପାନୀୟ ବୋତଲରେ ଥିବା କ୍ୟୁଆର୍ କୋଡ ପାଇଁ ମଝି ରାସ୍ତାରେ ହଙ୍ଗାମା । ଏପରିକି ପେପ୍ସି କମ୍ପାନୀର ଗାଡି ଜାଳିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ତେବେ ଏହା ପଛର କାରଣ ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ ।
ପେପ୍ସି କମ୍ପାନୀର ଏକ ମୃଦୁ ପାନୀୟ ବୋତଲରେ ଥିବା କ୍ୟୁଆର୍ କୋଡ ପାଇଁ ମଝି ରାସ୍ତାରେ ହଙ୍ଗାମା
Pakistani man threatens to burn down Pepsi truck over QR code on bottle#ViralVideo #ViralAlert #Pakistan #OdishaSambad #OdishaSambadNews pic.twitter.com/058NX6WJBY— Odisha Sambad (@Odisha_Sambad) January 6, 2022
ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓକୁ ପାକିସ୍ତାନୀ ପୋଡ୍କାଷ୍ଟର୍ ଇମ୍ରାନ୍ ନୌସଦ୍ ଖାନ୍ ସେୟାର କରିଛନ୍ତି । ଏଥିରେ ଜଣେ ବ୍ୟକ୍ତି ଏକ ସେଭେନ୍ ଅପ୍ ବୋତଲରେ ଥିବା କ୍ୟୁଆର୍ କୋଡରେ ପ୍ରଫେଟ୍ ମହମ୍ମଦଙ୍କ ଅଭିଲେଖ ଥିବା ଦର୍ଶାଇ ଖୁଲମଖୁଲା ମଝି ରାସ୍ତାରେ କମ୍ପାନୀ ଗାଡି ଜାଳିଦେବାକୁ ଧମକ ଦେଇଥିଲେ । ଏହି ଘଟଣାରେ ପୋଡ୍କାଷ୍ଟର ଇମ୍ରାନ୍ ହସ୍ତକ୍ଷେପ କରିବା ପରେ ମାମଲା ଶାନ୍ତ ପଡିଥିଲା ।
ରିପୋର୍ଟ ଅନୁଯାୟୀ ମୁଲ୍ଲା ନାମକ ଜଣେ ବ୍ୟକ୍ତି ପେପ୍ସି କମ୍ପାନୀର ସେଲ୍ସମ୍ୟାନକୁ ଅଟକାଇ କ୍ୟୁଆର୍ କୋଡକୁ ନେଇ ଆପତ୍ତି ଉଠାଇଥିଲା । ଏପରିକି କ୍ୟୁଆର୍ କୋଡରେ ପ୍ରଫେଟ୍ ମହମ୍ମଦଙ୍କ ଅଭିଲେଖ ହଟାନଗଲେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବା ନେଇ ଧମକ ବି ଦେଇଥିଲା । ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଏପରିକି ଏହି ଘଟଣା ପରେ ପେପ୍ସି କମ୍ପାନୀର ସ୍ଥାନୀୟ ବୋଟଲିଂ ୟୁନିଟ୍ କ୍ୟୁଆର କୋଡରେ ପରିବର୍ତ୍ତନ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
Comments are closed.