ଭୁବନେଶ୍ୱର: ଯୁବକଙ୍କ ମୁହଁରେ ଛେପ ବୋଳି ବିବାଦ ଘେରକୁ ଆସିଛନ୍ତି ଜଣେ ଯୁବ ପାଷ୍ଟର୍ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଅଗଣିତ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆମେରିକାର ଟୁଲ୍ସା ଠାରେ ମାଇକଲ ଟୋଡ୍ ନାମକ ଜଣେ ୩୪ ବର୍ଷୀୟ ପାଷ୍ଟର୍ ପ୍ରବଚନ ସମୟରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କ ମୁହଁରେ ଛେପ ବୋଳିଥିଲେ । ଭିଡିଓରେ ମାଇକଲ ପ୍ରଥମେ ହାତ ପାପୁଲିରେ ଛେପ ପକାଇ ବେଶ କିଛି ସମୟ ପ୍ରବଚନ ଦେବା ପରେ ପାଖରେ ଛିଡା ହୋଇଥିବା ଯୁବକଙ୍କ ମୁହଁରେ ବୋଳିବାରେ ସ୍ପଷ୍ଟ ଦେଖାଯାଇପାରେ ।
Pastor rubs spit on man’s face during sermon, issues apology after huge backlash
ପ୍ରବଚନ ସମୟରେ ଅନୁଗତଙ୍କ ମୁହଁରେ ଛେପ ବୋଳିଲେ ପାଷ୍ଟର୍#ViralAlert #ViralVideo #OdishaSambad #OdishaSambadNews pic.twitter.com/l512K5vKMq— Odisha Sambad (@Odisha_Sambad) January 18, 2022
ଗତ ରବିବାର ଦିନ ଏପରି ଘଟଣାକୁ ଲୋକେ ତୀବ୍ର ମାତ୍ରାରେ ସମାଲୋଚନା କରିଥିଲେ । ଫଳରେ ଫେସବୁକ୍ ଲାଇଭ ଜରିଆରେ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଥିଲେ ପାଷ୍ଟର୍ ମାଇକଲ୍ ଟୋଡ୍ ।
Comments are closed.