Latest Odisha News

[ଭିଡିଓ] ଚାଲାକ ହାତୀର ଚକିତକର କାରନାମା

ଭୁବନେଶ୍ୱର: ସାଧାରଣତଃ ହାତୀ ବୁଦ୍ଧିଆ ଓ ସମ୍ବେଦନଶୀଳ ଜନ୍ତୁ ଭାବେ ପରିଗଣିତ । ସେମାନଙ୍କ ନିକଟରେ ବିଚକ୍ଷଣ ସ୍ମୃତିଶକ୍ତି ରହିଛି । ସୋସିଆଲ ମିଡିଆରେ ଗୋଟିଏ ହାତୀର କାରନାମା ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭଡିଓରେ ଗୋଟିଏ ହାତୀ ମଣିଷଙ୍କୁ ନକଲ କରି ଲୁହାର ବାଡ ଡେଇଁବାରେ ଦେଖାଯାଇପାରେ ।

ମହୀଶୁର ନାଗାରହୋଲରୁ ଆସିଥିବା ଏହି ଭିଡିରେ ଗୋଟିଏ ହାତୀ ଜଙ୍ଗଲରେ ଲୁହାର କର୍ଡନ ଭିତରେ ରହିଥିଲା । ହେଲେ ଦେଖୁଦେଖୁ ହାତୀଟି ନିଜ ଶୁଣ୍ଢ ସହାୟତାରେ ଲୁହା ବାଡ ଡେଇଁ ଅନ୍ୟପଟକୁ ଚାଲିଯାଇଥିଲା । ଏହି ଭିଡିଓ ହାତୀ ଭଳି ଜନ୍ତୁର ଚିନ୍ତାଶକ୍ତିକୁ ସ୍ପଷ୍ଟ ଭାବେ ଦର୍ଶାଇଛି ।

Leave A Reply

Your email address will not be published.