Latest Odisha News

BREAKING NEWS

ଇଣ୍ଟରନେଟ୍‌ରେ ଭାଇରାଲ୍ ଲକି ଅଲ୍ଲିଙ୍କ ଭିଡିଓ !

ମୁମ୍ବାଇ: ଇଣ୍ଡି-ପପ୍ ଗାୟକ ଲକି ଅଲ୍ଲି । ଭିନ୍ନ ଧାରାରେ ବୋହୁଥିବା ଏହି ଗାୟକଙ୍କୁ ବଲିଉଡ ସିଙ୍ଗର୍ କହିଲେ ଭୁଲ ହେବ । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ ଅନେକ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ । ତାଙ୍କ ନିଆରା ତଥା ଅନନ୍ୟ ସ୍ୱର ସହ ଆଜି ପର୍ଯ୍ୟନ୍ତ କେହି ବି ସମକକ୍ଷ ହୋଇପାରିନାହାନ୍ତି । ଆଜି ବି ଲକି ଅଲ୍ଲିଙ୍କ ‘ତେରି ୟାଦେଁ ‘ ଏବଂ ‘ଓ ସନମ୍’ ଭଳି ଗୀତ ଦର୍ଶକଙ୍କ ମନରେ ଅଭୁଲା ସ୍ମୃତି ଭାବେ ସାଇତା ହୋଇ ରହିଛି ।

ତେବେ ନିକଟରେ ଏହି ଗାୟକଙ୍କର ସେହି ଆଇନିକ ଗୀତ “ଓ ସନମ” ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏକ ଲାଇଭ ସେସନ୍‌ରେ ଲକି ଅଲ୍ଲି ଏହି ଗୀତଟିକୁ ନିଜ ଦର୍ଶକଙ୍କ ପାଇଁ ଗାଇଥିଲେ । ଯାହାକୁ ଫଟୋଗ୍ରାଫର ସାଦ୍ ଖାନ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏକ ଗୀଟାର ଧରି ଲକି ଅଲ୍ଲି ବେଶ ସିମ୍ପଲ ଅନ୍ଦାଜରେ ଗୀତଟିକୁ ଗାଇଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ସେୟାର ହୋଇଥିଲାବେଳେ ଛୁଟିଛି ପ୍ରଶଂସାର ସୁଅ । ଅନେକ ହୁଏ ତ ଜାଣିନଥିବେ ଯେ ଫିଲ୍ମ ‘କହୋନା ପ୍ୟାର ହୈ’ ର ନା ‘ତୁମ ଜାନୋ ନା ହମ୍’ ଗୀତ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ ।

Leave A Reply

Your email address will not be published.