Latest Odisha News

BREAKING NEWS

ପିଜି ପ୍ରବେଶିକା ପରୀକ୍ଷା; ବଦଳିଲା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖ

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶନ ତାରିଖକୁ ପୁଣି ଘୁଞ୍ଚାଇଛନ୍ତି ରାଜ୍ୟ ସରକାର।

ଏହି ମେରିଟ୍ ଲିଷ୍ଟ ନଭେମ୍ବର ୧୬ ତାରିଖ ପରିବର୍ତ୍ତେ ଏବେ ନଭେମ୍ବର ୨୧ ତାରିଖରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ମଧ୍ୟ ଆସନ୍ତା ନଭେମ୍ବର ୧୭ ତାରିଖ ଦିନ ୧୧ଟା ୪୫ମି. ବେଳକୁ ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନିଜର ଗ୍ରାଜୁଏସନ/ଇକ୍ୟୁଭାଲେଣ୍ଟ ମାର୍କ ଅପଲୋଡ କରିପାରିବେ। ଏହା ଛଡ଼ା ଆସନ୍ତା ଡିସେମ୍ବର ମାସ ୨୧ ତାରିଖରେ ପିଜି ଆଡମିଶନ ପ୍ରକ୍ରିୟା ସମାପ୍ତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାର ପ୍ରାୟ ୨୬ଟି କେନ୍ଦ୍ରରେ ଗତ ଅକ୍ଟୋବର ୧୨ ତାରିଖରୁ ୨୨ ତାରିଖ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆୟୋଜିତ ହୋଇଥିଲା। ଯେଉଁଥିରେ ପାଖାପାଖି ୬୨,୨୦୦ ପ୍ରାର୍ଥୀ ସାମିଲ ହୋଇଥିଲେ।

 

Leave A Reply

Your email address will not be published.