Latest Odisha News

BREAKING NEWS

ସୋନୁ ସୁଦ୍‌ଙ୍କୁ ଭେଟିଲେ ବିହାରର ଭାଇରାଲ ସିଙ୍ଗର୍ ଅମରଜିତ

ମୁମ୍ବାଇ: ବିହାର ସମସ୍ତିପୁରର ଭାଇରାଲ ସିଙ୍ଗର୍ ଅମରଜିତ ଜୟକର ଏବେ ମୁମ୍ବାଇରେ । କାରଣ ବଲିଉଡର ଅନେକ ଅଭିନେତା ତାଙ୍କୁ ମୁମ୍ବାଇ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ତେବେ ସେମାନଙ୍କ ଭିତରୁ ଅଭିନେତା ସୋନୁ ସୁଦଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଅମରଜିତ ମୁମ୍ବାଇରେ ପହଞ୍ଚିଛନ୍ତି । ସୋନୁ ତାଙ୍କର ଆଗାମୀ ଫିଲ୍ମ ‘ଫତେହ’ରେ ଗୀତ ଗାଇବା ପାଇଁ ଅମରଜିତଙ୍କୁ ମୁମ୍ବାଇ ନିମନ୍ତ୍ରଣ କରିଛନ୍ତି ।

ଅମରଜିତ ଜୟକର ଏକ ଗୀତ ଗାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନୀତୁ ଚନ୍ଦ୍ର, ସୋନୁ ନିଗମ ଏବଂ ସୋନୁ ସୁଦ ଭଳି ତାରକାମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ସେୟାର କରିଥିଲେ । ଜୟକରଙ୍କ ପ୍ରତିଭାକୁ ଅନେକ ପ୍ରଶଂସା ବି କରିଥିଲେ । ଏହି ସମୟରେ ସୋନୁ ସୁଦ ତାଙ୍କ ଫିଲ୍ମ ‘ଫତେହ’ରେ ଗୀତ ଗାଇବାକୁ ଅଫର ଦେଇଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ସୋନୁ ସୁଦଙ୍କୁ ଭେଟିଛନ୍ତି ଅମରଜିତ୍ ଓ ତାଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

 

Leave A Reply

Your email address will not be published.