Latest Odisha News

BREAKING NEWS

ବିକ୍ଷୋଭ ବେଳେ ଇରାସିସ୍ ଆଚାର୍ଯ୍ୟଙ୍କ ସହ ବିଜେପିର ୨୨ କର୍ମକର୍ତ୍ତା ଗିରଫ

ଭୁବନେଶ୍ୱର: ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା ସମ୍ମୁଖ ଲୋୟର ପିଏମଜି ରାସ୍ତା । ଶତ୍ରୁ ସହ ଲଢ଼ିବା ଭଳି ରାଜଧାନୀର ଛାତି ଉପରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଧସ୍ତାଧସ୍ତି, ଉତ୍ତେଜନାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ବିଜେପି କର୍ମୀ ଫିଙ୍ଗିଥିଲେ ଅଣ୍ଡା । ଧସ୍ତାଧସ୍ତି ଠେଲାପେଲାରେ ବିଜେପି କର୍ମୀଙ୍କ ସହ ପୋଲିସ ବି ଲହୁଲୁହାଣ ହୋଇଥିଲେ ।

ବିକ୍ଷୋଭ ପ୍ରଦର୍ଶନ ସ୍ଥଳରୁ ପୋଲିସ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସହ ୨୨ ଜଣଙ୍କୁ ଗିରଫ କରିଛି । ଏନେଇ କ୍ୟାପିଟାଲ୍ ଥାନା କେସ ନମ୍ବର ୧୩୫ରେ ମାମଲା ରୁଜୁ ହୋଇଥିବା ବେଳେ ୧୦ରୁ ଅଧିକ ଧାରା ଲଗାଇଛି ପୋଲିସ । ସମସ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିବ ବୋଲି ଜଣା ପଡ଼ିଛି ।

ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ବେଳେ ଗିରଫ ୨୨ ଜଣଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୧୪୭, ୨୯୪, ୩୫୩, ୩୨୩, ୩୩୨, ୩୨୫, ୩୦୭, ୫୦୬, ୧୪୯, ୭ (ଅପରାଧ ଆଇନ୍), ୩ (ସର୍ବସାଧାରଣ ସମ୍ପତ୍ତି), ୧୪୮, ୨୨୪, ୩୩୩ ଓ ୯୬ ଲଗାଇଛି ।

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇ ପଡ଼ିଥିବା ଅଭିଯୋଗ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ମାସକ ପରେ ବି ଗୁମର ନ ଫିଟିବାକୁ କେନ୍ଦ୍ର କରି ଆଜି ରାଜ୍ୟ ବିଜେପିର ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ ପାଇଁ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା ।

Leave A Reply

Your email address will not be published.