Latest Odisha News

BREAKING NEWS

ଅଜବ ଶିକ୍ଷକ, ଅଶ୍ଳୀଳ ୱେବସାଇଟ୍‌ରେ ଦେଉଛନ୍ତି ଗଣିତ ଶିକ୍ଷା

ଓଡିଶା ସମ୍ବାଦ ବ୍ୟୁରୋ: କରୋନା ମହାମାରୀ ପାଇଁ ବିଗତ ଦେଢ ବର୍ଷରେ ଶିକ୍ଷା ପଦ୍ଧତିରେ ଘୋର ପରିବର୍ତ୍ତନ ସାମ୍ନାକୁ ଆସିଛି । ଅନଲାଇନ୍ ଶିକ୍ଷା ପ୍ରକ୍ରିୟାରେ ଉଭୟ ଶିକ୍ଷକ ଓ ଶିଷ୍ୟମାନେ ନିଜକୁ ଢଳାଇ ସାରିଛନ୍ତି । ଲାଇଭ୍ କ୍ଲାସକୁ ବାଦ୍ ଦେଲେ ପ୍ରି-ରେକର୍ଡେଡ୍ କ୍ଲାସ ଉପରେ ଛାତ୍ରଛାତ୍ରୀମାନେ ଅଧିକ ନିର୍ଭର କରୁଛନ୍ତି । ତେବେ ଏହି ମାମଲାରେ ତାଇୱାନର ଜଣେ ଶିକ୍ଷକ କିନ୍ତୁ ଏକ ଭିନ୍ନ ପନ୍ଥା ଅବଲମ୍ବନ କରି ଚର୍ଚ୍ଚାକୁ ଆସିଛନ୍ତି ।

ତାଇୱାନର ଗଣିତ ଶିକ୍ଷକ ଚାଙ୍ଗସୁ । ଏହି ଶିକ୍ଷକ ଜଣକ ଏକ ନିର୍ଦ୍ଧିଷ୍ଟ ଅଶ୍ଳୀଳ ଭିଡିଓ ପ୍ଲାଟଫର୍ମରେ ୨୦୦ରୁ ଅଧିକ ଗଣିତ ଶିକ୍ଷାର ଭିଡିଓ ଅପଲୋଡ୍ କରିଛନ୍ତି । ପ୍ରଥମେ ଏହି ଶିକ୍ଷକ ଜଣକ କେବଳ ୟୁଟ୍ୟୁବରେ ନିଜ ଭିଡିଓଗୁଡିକ ଅପଲୋଡ୍ କରୁଥିଲେ । ହେଲେ ୨୦୨୦ରେ ସେ ଅଶ୍ଳୀଳ ଭିଡିଓ ପ୍ଲାଟଫର୍ମରେ ନିଜ ଗଣିତ ଶିକ୍ଷା ଭିଡିଓଗିଡୁକ ଅପଲୋଡ କରିବା ଆରମ୍ଭ କରିଥିଲେ ।

ଗଣିତରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ଚାଙ୍ଗସୁ ଦୀର୍ଘ ୧୫ ବର୍ଷ ଧରି ସ୍କୁଲରେ ପଢାଇ ଆସୁଛନ୍ତି । ଅଶ୍ଳୀଳ ୱେସାଇଟ୍ ଗୁଡିକର ପପୁଲରାଟି ପାଇଁ ଗଣିତ ଭିଡିଓଗୁଡିକ ମଧ୍ୟ ଖୁବ ଲୋକପ୍ରିୟ ହୋଇପାରିଛି । ଏ କଥା ୩୪ ବର୍ଷୀୟ ଶିକ୍ଷକ ଚାଙ୍ଗସୁ ମେଲ ମାଗାଜିନକୁ ଏକ ଇଣ୍ଟଭ୍ୟୁ ଅବସରରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.