Latest Odisha News

BREAKING NEWS

କାଳୀପୂଜା ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ

କଟକ: କାଳୀପୂଜାକୁ ଶାନ୍ତିଶୃଙ୍ଖଳାଭାବେ କରିବା ପାଇଁ ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ିସିପି ପ୍ରତୀକ ସିଂ, ବିଭିନ୍ନ ଜୋନର ଏସିପି, ଥାନା ଅଧିକାରୀ, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା ଏବଂ ପୂଜା କମିଟି ସଭାପତି, ସମ୍ପାଦକମାନେ ଉପସ୍ଥିତ ଥିଲେ।

ଆସନ୍ତା ୪ରୁ କାଳୀପୂଜା ଆରମ୍ଭ ହୋଇ ୬ତାରିଖରେ ଭଷାଣୀ ହେବ। ସମସ୍ତ ମଣ୍ଡପର ମୂର୍ତ୍ତି ଗୁଡ଼ିକ ଦେବୀଗଡ଼ାରେ କାଠଯୋଡ଼ି ନଦୀର କୃତ୍ରିମ ପୋଖରୀରେ ଭଷାଣୀ ହେବା ନେଇ ସ୍ଥିର କରାଯାଇଛି। ଭଷାଣୀରେ ମା’ଙ୍କୁ ଟ୍ରାକ୍ଟରରେ ନେବା ପାଇଁ ପୂଜା କମିଟିମାନେ କମିଶନରେଟ୍ ପୋଲିସକୁ ପ୍ରସ୍ତାବ ଦେଇଥିଲେ। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ବିଭିନ୍ନ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ସମୟରେ ମଣ୍ଡପରେ ପୂଜା କମିଟିମାନେ କୋଭିଡ଼ ଗାଇଡ଼ଲାଇନ୍ ମାନିବେ। ମା’ କାଳୀଙ୍କ ୪ଫୁଟ୍ ଉଚ୍ଚତାର ମୂର୍ତ୍ତି କରାଯିବ। ପରଦା ଟଣାଯାଇ ଦର୍ଶନ କରିବାକୁ ବାରଣ କରାଯାଇଛି।

ନିୟମକୁ ଅବମାନନା କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ଏଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ। ତେବେ ଚଳିତବର୍ଷ ମା’ ଦୁର୍ଗାଙ୍କ ପୂଜା ସହରରେ ଯେଉଁଭଳି ଶେଷ ହୋଇଛି ସେହିପରି କାଳୀପୂଜାକୁ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି ବୋଲି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.