ସିମଲା : ଇଣ୍ଡିଆନ ଆର୍ମିର ଅଦମ୍ୟ ସାହସ । ସାମ୍ନାରେ ଡ୍ରାଗନ ସେନା ଥାଉ ବା ଡ୍ରାଗନ୍, ମୁକାବିଲା କରିବାକୁ ପୂରା ତୟାର । ଶତ୍ରୁ ପକ୍ଷକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବାରେ ସକ୍ଷମ ଇଣ୍ଡିଆନ ଆର୍ମି । ଲଦାଖରେ ମନ ଭରିଲାନି ଯେ ଅରୁଣାଚଳକୁ ଆଖି ପକାଇଛି ଡ୍ରାଗନ ସେନା । କିନ୍ତୁ ଭାରତୀୟ ସ୍ଥଳସେନା ୩୦୦ ଚୀନ ଯବାନକୁ କିପରି ସୀମାରେ ଅଟକାଉଛି, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡୁଛି ।
ଡିସେମ୍ୱର ୯ତାରିଖରେ ତଓ୍ୱାଙ୍ଗରେ ପିଏଲଏକୁ ଅନୁପ୍ରବେଶ କରାଇ ଦେଲାନି ଭାରତୀୟ ସେନା । ହାତରେ ବାଡି ଧରି ପଥର ମାଡ଼ କରି ଚୀନ ସେନାକୁ ଡରାଇ ଧମକାଇ ପଛକୁ ପଠାଇଛି । କମାଣ୍ଡର ଜଣକ ନିର୍ଦ୍ଦେଶ ଦେଉଛନ୍ତି, ଆଉ ପ୍ରାଣମୂର୍ଚ୍ଛା ବାଡି ଉଞ୍ଚାଇ ସାବାଡ୍ କରୁଛନ୍ତି ଭାରତୀୟ ସେନା । ଶେଷରେ ହାର୍ ମାନି ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲା ଡ୍ରାଗନ ସେନା । ଭିଡିଓରେ ଭାରତୀୟ ଯବାନ ବି ଆହତ ହୋଇଥିବା ଦେଖିବାକୁ ମିଳୁଛି ।
ଆଉ ତାପରେ ଭାରତୀୟ ସେନାଙ୍କ ବିଜୟ ଉଲ୍ଲାସ ଦେଖିବାଯୋଗ୍ୟ । କୌଣସି ଦେଶର ପରାକ୍ରମୀ ସୈନ୍ୟ ଭାରତୀୟ ସୀମା ଭିତରକୁଯେ ପଶିପାରିବେନି, ତାହା ପ୍ରମାଣ କରିଛନ୍ତି ଆମ ବୀର ଯବାନ । ତେବେ ଭିଡିଓକୁ ନେଇ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟୋକ୍ତି ଦିଆଯାଇନାହିଁ ।
୨ ବର୍ଷ ପୂର୍ବରୁ ଚୀନ ସେନା ସହିତ ପ୍ରଥମ ଥର ପାଇଁ ବଡଧରଣର ସଂଘର୍ଷ ହୋଇଥିଲା । ଜୁନ ୨୦୨୦ରେ ଗଲଓ୍ୱାନ ଘାଟିରେ ଶତ୍ରୁ ପକ୍ଷକୁ ପରାହତ କରିଥିଲା ଇଣ୍ଡିଆନ ଆର୍ମି । ସେବେଠାରୁ ଉଭୟ ଦେଶ ମଧ୍ୟରେ ବାରମ୍ବାର କମାଣ୍ଡରସ୍ତରୀୟ ବୈଠକ ହୋଇଆସୁଛି ।
Comments are closed.