Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] ଭାରତୀୟ ସେନାର ପରାକ୍ରମ ଦେଖି ଭୟରେ କାନ୍ଦୁଛନ୍ତି ଚୀନ ସୈନିକ

ବେଜିଙ୍ଗ: ସୀମାରେ ଭାରତୀୟ ସେନାର ଶକ୍ତି ଦେଖି ଭୟଭୀତ ହୋଇପଡିଛନ୍ତି ଚୀନ ସୈନିକ। ଏପରିକି ସେମାନଙ୍କ ଆଖିରେ ଲୁହ ମଧ୍ୟ ଆସିଗଲାଣି । ଚାଇନାର ସୈନିକ ମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କାନ୍ଦୁଥିବାର ଦେଖାଯାଉଛି।

ଭାରତ ସୀମାରେ ପୋଷ୍ଟିଂ ହେତୁ ଏହି ସୈନିକ ମାନେ ଅସନ୍ତୁଷ୍ଟ ବୋଲି ଦାବି କରାଯାଇଛି।

ତାଇୱାନ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ପ୍ରଥମେ ଚାଇନାର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା, କିନ୍ତୁ ପରେ ଏହାକୁ ହଟାଇ ଦିଆଯାଇଥିଲା। ଏହି ଭିଡିଓ ଫୁୟାଙ୍ଗ ରେଳ ଷ୍ଟେସନକୁ ଯିବାବେଳେ ଏକ ବସ୍‌ରେ ସୁଟିଂ କରାଯାଇଥିଲା। ସେନାରେ ନିଯୁକ୍ତ ଏହି ସୈନିକମାନଙ୍କୁ ତାଲିମ ପରେ ଭାରତ ସୀମାରେ ନିୟୋଜନ ପାଇଁ ପଠାଯାଉଥିଲା।

ଭିଡିଓରେ ଚୀନ୍ ସୈନିକମାନେ ଚୀନ୍ ଆର୍ମି PLA (ପିପୁଲ୍ସ ଲିବରେସନ୍ ଆର୍ମି) ର ‘ଗ୍ରୀନ୍ ଫୁଲ ଇନ୍ ଆର୍ମି’ ଗୀତ ଗାଉଥିବାର ନଜର ଆସିଛନ୍ତି। ତାଇୱାନ ନ୍ୟୁଜ୍ ଅନୁଯାୟୀ, ଫୁୟାଙ୍ଗ ସିଟି ସାପ୍ତାହିକର ୱେଚ୍ ପୃଷ୍ଠାରେ ଏହି ଭିଡିଓ ପ୍ରଥମେ ପୋଷ୍ଟ କରାଯାଇଥିଲା, କିନ୍ତୁ ଅପମାନ ଭୟରେ ଶୀଘ୍ର ଏହାକୁ ହଟାଇ ଦିଆଯାଇଥିଲା।

Comments are closed.