Latest Odisha News

BREAKING NEWS

ଲଗାତାର ବର୍ଷାରେ ବେହାଲ ସ୍ୱପ୍ନ ନଗରୀ ମୁମ୍ବାଇ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ରାସ୍ତା ଓ ରେଳ ଚଳାଚଳ ବ୍ୟାହତ ହୋଇଛି।

ମଙ୍ଗଳବାର ସନ୍ଧ୍ୟାରେ ସାରା ସହରରେ ବର୍ଷା ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇରେ ରାତିସାରା କିଛି ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା।

ଆଜି ସକାଳେ ଜଳ ନିଷ୍କାସନରେ ବାଧା ହେତୁ ରାଜଧାନୀର ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଥିଲା।

ରାତାରାତି ବର୍ଷା ହେତୁ ଅନେକ ରାସ୍ତାଘାଟ ଏବଂ ତଳି ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିଲା ​​। ଜଣେ ପ୍ରତକ୍ଷ କହିଛନ୍ତି ଯେ ଟ୍ରାଫିକ ଗତିବିଧିକୁ ପ୍ରଭାବିତ କରି ଗାଡ଼ି ଭିତରେ ପାଣି ପଶି ରହିଥିଲା ।

ନିଷ୍କାସନ ସମସ୍ୟା ହେତୁ ବନ୍ଦର ଗୁଡିକ ମଧ୍ୟ ବନ୍ଦ ରହିଥିଲା । ପ୍ରବଳ ବର୍ଷା ହେତୁ ବମ୍ବେ ହାଇକୋର୍ଟ ଶୁଣାଣି ମଧ୍ୟ ଦିନକ ପାଇଁ ସ୍ଥଗିତ ରଖାଯାଇଥିଲା ।

ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ମଧ୍ୟ ମୁମ୍ବାଇ ପାଇଁ ନାଲି ସଂକେତ ରହିଛି ।

Leave A Reply

Your email address will not be published.